pakka

ବିଭିନ୍ନ ୱାର୍ଡ ବୁଲିଲେ ନରସିଂହ ଓ ସମରେନ୍ଦ୍ର : ଉନ୍ନୟନ ପ୍ରକଳ୍ପ ଗୁଡିକର ହେଲା ଭିତ୍ତିପ୍ରସ୍ତର

bbehera
  • ଆମ ଏକତା ହିଁ ଅଂଚଳର ବିକାଶ କରିବ : ସମରେନ୍ଦ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମର ଲକ୍ଷ୍ୟ ଏକ ହେଲେ ଆମ ଭିତରେ ଏକତା ଆସିବ ଏବଂ ଆମର ଏକତା ହିଁ ଆମ ଅଂଚଳର ବିକାଶର ରାସ୍ତା ଦେଖେଇବ ବୋଲି ଆଜି ପୌରାଂଚଳ ଅନ୍ତର୍ଗତ ୱାର୍ଡ ନମ୍ବର ୮,୯,୧୦, ୩, ୪, ୨୧ର ବିଭିନ୍ନ ଅଂଚଳରେ ପଥପ୍ରାନ୍ତ ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗଦେଇ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ସଦସ୍ୟ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସ୍ଥାନୀୟ ସରକାରୀ ଦଳର ରାଜନେତାଙ୍କୁ କଟାକ୍ଷ କରି କହିଥିଲେ ଯେ, ଯେଉଁମାନେ ନିର୍ବାଚନ ହାରିଲେ ବଲାଙ୍ଗିର ଦ୍ରୁତ ଗତିରେ ବିକାଶ କରେ ସେହି ରାଜନେତାଙ୍କୁ ବଲାଙ୍ଗିରବାସୀ ବାରମ୍ବାର ପ୍ରତ୍ୟାଖ୍ୟାନ କରନ୍ତୁ । ଆଗାମୀ ଦିନରେ ଜନ ପ୍ରତିନିଧି ବାଛିବା ବେଳକୁ ୨୦୧୪ ମସିହା ପୂର୍ବବର୍ତ୍ତୀ ଓ ୨୦୧୪ ପରବର୍ତ୍ତୀ ସମୟରେ ବଲାଙ୍ଗିରର ବିକାଶକୁ ତୁଳନା କରନ୍ତୁ ଆପଣଙ୍କ ନିଷ୍ପତ୍ତି କେବେ ବି ବାଟବଣା ହେବ ନାହିଁ ବୋଲି ବିଧାୟକ ଶ୍ରୀ ମିଶ୍ର ଉପସ୍ଥିତ ଜନସାଧାରଣଙ୍କୁ କହିଥିଲେ । ଏ ଅବସରରେ ବିଧାୟକ ଶ୍ରୀ ମିଶ୍ରଙ୍କ କରକମଳରେ ନିଜ ବିଧାୟକ ପାଣ୍ଠି ଏବଂ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ପୌରାଂଚଳର ଉପରୋକ୍ତ ୱାର୍ଡମାନଙ୍କରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ କେନ୍ଦ୍ର, ମଣ୍ଡପ, ଗୋଷ୍ଠୀ କେନ୍ଦ୍ର ଗୁଡିକର ଭିତ୍ତି ପ୍ରସ୍ତର ପ୍ରଦାନ କରିଥିଲେ । ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର, ଦଳିତ ନେତା ଓମ୍‌ ପ୍ରକାଶ କୁମ୍ଭାର, ହିମାଂଶୁ ନାୟକ, ଅନ୍ତ ମଛଖଣ୍ଡ, ବ୍ରଜ କିଶୋର ସେଠି, ଜ୍ୟୋତିଷ ମୁଗ୍ରୀ, ସମୀର କୁମ୍ଭାର ପ୍ରମୁଖ ଏ ସମସ୍ତ କାର୍ଯ୍ୟକ୍ରମର ସକ୍ରିୟ ପରିଚାଳନା କରିଥିଲେ ।

jay balangir
Leave A Reply

Your email address will not be published.

five + twenty =