pakka

ମୁକୁନ୍ଦିଲାଲ ଅଗ୍ରୱାଲ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

bbehera

କଣ୍ଟାବାଞ୍ଜି, (ଗୁରୁଦୟାଳ ହଂସ) : ବୁଧବାର ଦିନ ମୁକୁନ୍ଦିଲାଲ ଅଗ୍ରୱାଲ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଛି । ଉକ୍ତ ଉତ୍ସବରେ କଣ୍ଟାବାଞ୍ଜିର ସାହିତ୍ୟିକ, ସଂଗଠକ ତଥା ସମାଜସେବୀ ଶ୍ରୀମତୀ ସ୍ମିତା ଜୈନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେ ତାଙ୍କର ଉତ୍ସାହପ୍ରଦ ଭାଷଣ ପ୍ରଦାନ କରି ଛାତ୍ରୀମାନଙ୍କୁ ୫ଟି ମୂଲ୍ୟବୋଧକୁ କାର୍ଯ୍ୟକାରୀ କରି ଜୀବନରେ ଆଗକୁ ବଢିବା ପାଇଁ ଉପଦେଶ ଦେଇଥିଲେ । ଅଧ୍ୟକ୍ଷା ଶ୍ରୀମତୀ ରଂଜିତା ଗୁରୁ ଉକ୍ତ ସଭାରେ ସଭାପତିତ୍ୱ କରିଥିଲାବେଳେ ରାଜନୀତି ବିଭାଗ ଅଧ୍ୟାପିକା ଶ୍ରୀମତୀ ସଂଜୀବନୀ ସୁଧା ରଥ ସ୍ୱାଗତ ଭାଷଣ ଓ ସଭା ପରିଚାଳନା କରିଥିଲେ । ଇଂରାଜୀ ଅଧ୍ୟାପିକା ଡ଼. ମିଲି କର ଓ କ୍ରୀଡା ଶିକ୍ଷୟିତ୍ରୀ ତଥା ଯୁବ ରେଡକ୍ରସ ଦାୟିତ୍ୱରେ ଥିବା ଶ୍ରୀମତୀ ଜ୍ୟୋତିରାଣୀ ମହାନ୍ତି ନିଜର ବକ୍ତବ୍ୟ ରଖିଥିଲେ । ଛାତ୍ରୀମାନଙ୍କ ମଧ୍ୟରୁ ପରୀ ଅଗ୍ରୱାଲ ଓ ଲିଜା ସୁନା ତାଙ୍କର ମତବ୍ୟକ୍ତ କରିଥିଲେ । ଓଡ଼ିଆ ଅଧ୍ୟାପିକା ଶ୍ରୀମତୀ ଅନିତା ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ସଭାରେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।

jay balangir
Leave A Reply

Your email address will not be published.

15 − 12 =