csstore

ଗରିବ ଛାତ୍ରଙ୍କ ଆଡ଼ମିସନ ପାଇଁ ସାହାଯ୍ୟର ହାତ ବଢ଼େଇଲେ ବ୍ୟବସାୟୀ ଦିଲ୍ଲୀପ ସାୱଡ଼ିଆ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଲକ ଡାଉନ ଓ ଆର୍ଥିକ ମନ୍ଦି ସମୟରେ ବହୁତ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ପଡିଥିବା ବେଳେ ଠେଲା ଦୋକାନ କରି ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡିଛି । ବରଗଡ଼ ୱାର୍ଡ ନଂ- ୯ର ସୋନୁ ସାହୁ ବୟସ ୧୬ ବର୍ଷ, ଠେଲାରେ ଫଳ ବିକ୍ରି କରି ମାଆଙ୍କୁ ସାହାଯ୍ୟ କରନ୍ତି କିନ୍ତୁ ଚଳିତ ବର୍ଷ ଯୁକ୍ତ ଦୁଇ ଆଡମିସନ ପାଇଁ ଅର୍ଥ ବାଧକ ସାଜିଥିଲା । ମିଳିତ ଗ୍ରାମ ପଞ୍ଚାୟତ କଲେଜ ସରସରାରେ ସିଲେକସନ ହୋଇଥିଲେ ବି ଟଙ୍କା ଅଭାବ ଯୋଗୁଁ ନାମ ଲେଖାଇବାରେ ସକ୍ଷମ ହୋଇ ପାରୁ ନଥିଲେ କିନ୍ତୁ ଜଣେ ସହୃଦୟ ବ୍ୟକ୍ତି ବରଗଡ଼ର ବ୍ୟବସାୟୀ ଦିଲ୍ଲୀପ ସାୱଡିଆଙ୍କ ସହଯୋଗ ପରେ ସୋନୁ ଏବେ କଲେଜରେ ନାମ ଲେଖାଇ ପାରିଛନ୍ତି । ସୋନୁ ଏବଂ ତାଙ୍କ ପରିବାର ତରଫରୁ ଶ୍ରୀ ସାୱଡିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

jayashree
Leave A Reply

Your email address will not be published.