ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ମୃତ

ବୌଦ୍ଧ, (କେପିଏନ୍ଏସ୍) : ସଂପୃକ୍ତ ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ ଗୋପାଲମାଲ ପେଟ୍ରୋଲ ପମ୍ପ ପାଖରେ ତାଳ ଗଛକୁ ଧକ୍କା ଦେଲା ବଲେରୋ । ଏଥିରେ ୨ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୩ ଜଣ ଗୁରୁତର ଥିବା ସୂଚନାରେ କୁହାଯାଇଛି । ସୂଚନାଯୋଗ୍ୟ ଯେ, ପଲ୍ସାଗୋରା ଗାଁର ଗୋଟିଏ ପରିବାରର ସଦସ୍ୟମାନେ ଏକ ମୃତାହ କାର୍ଯ୍ୟରେ ସୋନପୁର ଜିଲ୍ଲାର ଖଲିଆପାଲି ଗ୍ରାମକୁ ଆସିଥିଲେ । ତେବେ ମୃତାହ କାର୍ଯ୍ୟରେ ଯୋଗଦେଇ ଘରକୁ ଫେରୁଥିବା ବେଳେ ବୋଲେରୋ ଭାରସାମ୍ୟ ହରାଇ ରାସ୍ତାକଡ଼ର ତାଳଗଛରେ ବାଡେ଼ଇ ହୋଇଥିଲା । ଡ୍ରାଇଭର ସମେତ୍ ଗୋଟିଏ ପରିବାରର ୪ ଜଣ ଦୁର୍ଘଟଣାରେ ଗୁରୁତର ଥିବା ବେଳେ ସେମାନଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କ ମୃତୁ୍ୟ ଘଟିଥିବା ସୂଚନାରେ ପ୍ରକାଶ ।

Leave A Reply

Your email address will not be published.