କରୋନା ଟିକାର ଦ୍ୱିତୀୟ ଓ ତୃତୀୟ ପର୍ୟ୍ୟାୟ ପରୀକ୍ଷା ପୁଣେର ସେରମ୍‌ ପ୍ରତିଷ୍ଠାନରେ କରିବାକୁ ଡିସିଜିଆଇର ଅନୁମତି

ନୂଆଦିଲ୍ଲୀ (ପିଆଇବି) :

• ଭାରତର ମୃତ୍ୟୁହାର (ସିଏଫ୍‌ଆର) ୨.୧୧ ପ୍ରତିଶତକୁ ଖସିଲା
• ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୧.୮ ଲକ୍ଷରୁ ଅଧିକ

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଅଷ୍ଟ୍ରାଜେନିକା କଂପାନୀର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଥିବା କୋଭିଡ୍‌-୧୯ ଟିକା କୋଭିସିଲ୍‌ର ଦ୍ୱିତୀୟ ଓ ତୃତୀୟ ପର୍ୟ୍ୟାୟ ପରୀକ୍ଷା ପୁଣେ ସ୍ଥିତ ଭାରତୀୟ ସେରମ୍‌ ପ୍ରତିଷ୍ଠାନରେ କରିବା ପାଇଁ ଭେଷଜ ନିୟନ୍ତ୍ରଣ ମହାନିର୍ଦେଶକ (ଡିସିଜିଆଇ) ଅନୁମତି ପ୍ରଦାନ କରିଛନ୍ତି ।
ଅପରପକ୍ଷରେ ଆକ୍ରାନ୍ତଙ୍କ ମଧ୍ୟରୁ ମୃତକଙ୍କ ସଂଖ୍ୟା କମିବା (ସିଏଫ୍‌ଆର) ଏବଂ ଅଧିକ ସୁସ୍ଥ ହେବା ଘଟଣାରେ ଭାରତ ସମଗ୍ର ବିଶ୍ୱରେ ତାହାର ସଫଳତା ବଜାୟ ରଖିଛି । ଏବେ ଭାରତରେ କୋଭିଡ୍‌ ରୋଗୀଙ୍କ ମୃତ୍ୟୁସଂଖ୍ୟା ଆକ୍ରାନ୍ତଙ୍କ ଅନୁପାତରେ ସର୍ବନିମ୍ନ ସ୍ତରରେ ରହିଛି । ଆଜିର ସର୍ବଶେଷ ତଥ୍ୟ ଅନୁସାରେ ଏହି ମୃତ୍ୟୁହାର ବା ସିଏଫ୍‌ଆର ଆହୁରି ହ୍ରାସ ପାଇ ୨.୧୧ ଶତାଂଶରେ ପହଞ୍ଚିଛି । ଭାରତ ସରକାର କୋଭିଡ୍‌ ପରିଚାଳନା ପାଇଁ ଯେଉଁ ପରୀକ୍ଷା, ଚିହ୍ନଟ, ଚିକିତ୍ସା ରଣନୀତି ପ୍ରଣୟନ କରିଛନ୍ତି ଏହି ଉପଲବ୍‌ଧି ତାହାର ସଫଳ କାର୍ୟ୍ୟକାରିତାର ପରିଣତି ।
ଦେଶରେ ଏବେ କୋଭିଡ୍‌ ପରିଚାଳନା ପାଇଁ ଯେଉଁ ରଣନୀତି ଗ୍ରହଣ କରାଯାଇଛି ସେଥିରେ ସବୁଠୁ ବିପଦାପନ୍ନ ଥିବା ଜନସଂଖ୍ୟାକୁ ଚିକିତ୍ସା ଓ ଯତ୍ନରେ ଅଗ୍ରାଧିକାର ଦିଆଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୦ ହଜାର ୫୭୪ରୁ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ୧୧ଲକ୍ଷ ୮୬ ହଜାର ୨୦୩ ଜଣ କୋଭିଡ୍‌ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ହାର କୋଭିଡ୍‌ ଆକ୍ରାନ୍ତଙ୍କ ମଧ୍ୟରେ ୬୫.୭୭ ପ୍ରତିଶତ ।
ଦିନକୁ ଦିନ ଅଧିକରୁ ଅଧିକ ସଂଖ୍ୟକ ରୋଗୀ ସୁସ୍ଥ ହେଉଥିବାରୁ ଏବେ ଆରୋଗ୍ୟ ଲାଭ କରୁଥିବା ଓ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧିପାଇ ୬ ଲକ୍ଷରେ ପହଞ୍ଚିଛି । ଏବେ ଏହି ସଂଖ୍ୟା ୬ଲକ୍ଷ ୬ହଜାର ୮୪୬ ରହିଛି । ଏହାର ଅର୍ଥ ଏବେ ଭାରତରେ ସକ୍ରିୟ କୋଭିଡ୍‌ଙ୍କ ସଂଖ୍ୟା ୫ଲକ୍ଷ ୭୯ହଜାର ୩୫୭ ରହିଛି ଏବଂ ସେମାନେ ସମସ୍ତେ ଚିକିତ୍ସା ଓ ତଦାରଖ ବ୍ୟବସ୍ଥା ମଧ୍ୟରେ ରହିଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁସାରେ ବାହାରୁ ଭାରତରେ ନାଗରିକ ପ୍ରବେଶ ସଂକ୍ରାନ୍ତ ୨୪ ମେ’ରେ ଯେଉଁ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା ସେଥିରେ ଅଳ୍ପ କିଛି ପରିବର୍ତ୍ତନ କରାଯାଇଛି । ଏହା ଅଗଷ୍ଟ ୮ ତାରିଖ ରାତି ୧୨ଟା ପରେ କାର୍ୟ୍ୟକାରୀ ହେବ । ଏ ସଂକ୍ରାନ୍ତ ସବିଶେଷ ତଥ୍ୟ
https://www.mohfw.gov.in/pdf/RevisedguidelinesforInternationalArrivals02082020.pdf
କୋଭିଡ୍‌ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA ।
କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ [email protected] ଏବଂ ଅନ୍ୟାନ୍ୟ ପ୍ରଶ୍ନ [email protected] and @CovidIndiaSeva ।
କୋଭଡ-୧୯ ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ: +୯୧-୧୧୨୩୯୭୮୦୪୬ କିମ୍ବା ୧୦୭୫ (ନିଃଶୁଳ୍କ)କୁ ପଚରା ଯାଇପାରିବ ।
ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdf ରେ ଉପଲବ୍‌ଧ ।

Leave A Reply

Your email address will not be published.