ଭାରତରେ ବ୍ୟାବସାୟିକ କୋଇଲା ଉତ୍ତୋଳନ ପାଇଁ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ

ନୂଆଦିଲ୍ଲୀ (ପିଆଇବି) : ଭାରତରେ ବ୍ୟାବସାୟିକ ଭିତ୍ତିରେ କୋଇଲା ଉତ୍ତୋଳନ ପାଇଁ କୋଇଲା ଖଣିଗୁଡିକର ଯେଉଁ ନିଲାମ ପ୍ରକ୍ରିୟା ଚାଲିଛି ସେହି କାର୍ୟ୍ୟଟି ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟର ଏକ ମନୋନୀତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗତ ଜୁନ୍‌ ମାସରେ ଆରମ୍ଭ ହୋଇଥିଲା । ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ବ୍ୟାବସାୟିକ ଖନନ ପାଇଁ କୋଇଲା ଖଣିକୁ ମୁକ୍ତ କରି ପ୍ରତ୍ୟକ୍ଷ ପୁଞ୍ଜି ନିବେଶର ସୁଯୋଗ ସୃଷ୍ଟି କରିବା । ସେଥିପାଇଁ ୨୦୧୭ରେ ପ୍ରଣୀତ ହୋଇଥିବା ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ନୀତିରେ ଆବଶ୍ୟକ ସଂଶୋଧନ କରାଯାଇଛି ଏବଂ ଏଥିପାଇଁ କେନ୍ଦ୍ର ସରକାର ପ୍ରେସନୋଟ ଜାରି କରିଛନ୍ତି । ତଦନୁସାରେ କୋଇଲା ଖନନ ଓ ଉତ୍ତୋଳନ ଆଦି କାର୍ୟ୍ୟରେ ଶତପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ କରାଯାଇପାରିବ ଏବଂ ଏହା ଅଟୋମେଟିକ୍‌ ରୁଟ୍‌ରେ କାର୍ୟ୍ୟକାରୀ ହେବ । ଏହି ବିଦେଶୀ ପୁଞ୍ଜି ନିବେଶ ମଧ୍ୟ କୋଇଲା ଖନନ ସହ ସଂପୃକ୍ତ ଭିତ୍ତିଭୂମି, ନିର୍ମାଣ, କୋଇଲା ବିକ୍ରି ଏବଂ ତତ୍‌ସଂକ୍ରାନ୍ତ ଅନ୍ୟାନ୍ୟ କ୍ଷେତ୍ରରେ କରାଯାଇପାରିବ ।
ତଦନୁସାରେ ଟେଣ୍ଡର କାଗଜପତ୍ରରେ ଏସବୁର ଉଲ୍ଲେଖ କରାଯାଇଥିଲା ଏବଂ ଭାରତ ସରକାରଙ୍କ ୨୦୧୯ ପ୍ରେସନୋଟ ୪ରେ ୨୦୧୭ର ସଂଶୋଧିତ ପୁଞ୍ଜି ନିବେଶ ନୀତି ଅଟୋମେଟିକ ରୁଟ୍‌ରେ ଶତପ୍ରତିଶତ ବିଦେଶୀ ପୁଞ୍ଜି ନିବେଶ ଏବଂ ଅନ୍ୟାନ୍ୟ ବିଷୟ ଉଲ୍ଲେଖ କରାଯାଇଛି । ଆହୁରି ମଧ୍ୟ ଆଇନର ସଂଶୋଧନ ଫଳରେ ନୂଆକରି ଲାଗୁ ହେବାକୁ ଥିବା ନୀତିନିୟମ ଓ କୋଇଲାର ବିକ୍ରିବଟା ଆଦି ଏଥିରେ ଉଲ୍ଲେଖ ରହିଛି । ଏହି ପ୍ରେସନୋଟ ଅନୁସାରେ ଭାରତର ସୀମାସରହଦକୁ ଲାଗିଥିବା ଯେକୌଣସି ଦେଶର ବ୍ୟକ୍ତିବିଶେଷ ଓ ସଂସ୍ଥା ମଧ୍ୟ ଏହି ପୁଞ୍ଜି ନିବେଶ କରିପାରିବେ । ଏପରିକି ପାକିସ୍ତାନର ନାଗରିକ କିମ୍ବା ସଂସ୍ଥା ମଧ୍ୟ ଏଥିପାଇଁ ଅଟୋମେଟିକ୍‌ ରୁଟ୍‌ରେ ଏହି କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଯୋଗ୍ୟ । ତେବେ ପାକିସ୍ତାନ ସମେତ ବିଦେଶର କୌଣସି ବ୍ୟକ୍ତିବିଶେଷ ବା ସଂସ୍ଥା ମହାକାଶ, ପ୍ରତିରକ୍ଷା, ଆଣବିକ ଶକ୍ତି ସମେତ ବିଦେଶୀଙ୍କ ନିମନ୍ତେ ନିଷିଦ୍ଧ ଥିବା ଅନ୍ୟାନ୍ୟ କ୍ଷେତ୍ରରେ ପୁଞ୍ଜି ନିବେଶ କରିପାରିବେ ନାହିଁ । ଟେଣ୍ଡର କାଗଜପତ୍ରରେ ଏ ସଂକ୍ରାନ୍ତ ଏକ ଶୁଦ୍ଧିପତ୍ର ଯୋଡାଯାଇଛି ।

Leave A Reply

Your email address will not be published.