ଶ୍ରାବଣର ଶେଷ ସୋମବାର ଓ ରାକ୍ଷୀ ପୂର୍ଣ୍ଣିମା : ସବୁ ଫିକା ଫିକା

ଟିଟିଲାଗଡ ( ଗୌରବ ଦରଜୀ) : ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ତା ସହ ଶ୍ରାବଣ ର ଶେଷ ସୋମବାର। ଏମିତି ସୁଯୋଗ ବହୁ ବର୍ଷ ପରେ ଆସିଥାଏ । ତେଣୁ ଆଜି ଟିଟିଲାଗଡ ଅଧିଷ୍ଠିତ ଦେବ ଦେବ ମହାଦେବଙ୍କୁ ସୁନ୍ଦର୍ ଭାବେ ସଜା ଯାଇଛି। କିନ୍ତୁ ଭଗଵାନ ଭକ୍ତଙ୍କ ବିନା ଶୋକାତୁର ହୋଇ ପଡିଛନ୍ତି ଓ ତା ସହିତ ଭକ୍ତ ମଧ୍ୟ ନିରାଶ ହୋଇ ପଡିଛନ୍ତି । ହିନ୍ଦୁମାନଙ୍କ ପବିତ୍ର ପର୍ବ ଅବସରରେ ପୌରାଣିକ ପରମ୍ପରା ଅନୁସାରେ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ରକ୍ଷାର ବଚନ ନେଇଥାଏ । ଏହି ପର୍ବ ହିନ୍ଦୁ ପରମ୍ପରା ଅନୁସାରେ ପ୍ରେମ ଓ ବିଶ୍ଵାସର ପ୍ରତିକ ଭାବରେ ମାନି ସମସ୍ତେ ମନ୍ଦିର ଯାଆନ୍ତି ପୂଜାଅର୍ଚ୍ଚନା କରି ଘରେ ନିଜ ଭାଇ ହାତରେ ରକ୍ଷାର ସୂତ୍ର ମାନୁଥିବା ରାକ୍ଷୀ ବାନ୍ଧିଥାନ୍ତି। କୋଭିଡି-୧୯ ଯୋଗୁଁ ମନ୍ଦିର ବନ୍ଦ୍ ରହିଛି। ମନ୍ଦିରର ପୂଜକ କେବଳ ମନ୍ଦିରରେ ଭଗଵାନଙ୍କ ନିତିକାନ୍ତି କରୁଛନ୍ତି। ବଲାଙ୍ଗିର ଜିଲ୍ଲାକୁ ସଟଡାଉନ କରାଯାଇଥିବା ଯୋଗୁଁ ବହୁ ଭକ୍ତ ଘରେ ଘରେ ରହି ରାକ୍ଷୀ ପୂର୍ଣ୍ଣିମା ପାଳନ କରୁଛନ୍ତି ।

ଅନ୍ୟ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଅନେକ ଆନନ୍ଦ ଉଲ୍ଲାସର ସହିତ ପାଳନ କରୁଥିଲେ। ସକାଳେ ଓ ସନ୍ଧ୍ୟା ସମୟ ରେ ମନ୍ଦିର ଯାଇ ପୂଜା ଅର୍ଚ୍ଚନା କରୁଥିଲେ । କିନ୍ତୁ ଏହି ବର୍ଷ କୋରୋନା ମହାମାରୀ ପାଇଁ ସବୁ ଫିକା ପଡ଼ିଯାଇଛି। ଘରୁ ବାହାରିବାକୁ ମଧ୍ୟ ଲୋକେ ଡରୁଛନ୍ତି। ଲୋକେ ଭଗଵାନଙ୍କୁ କେବଳ ଏତିକି ଗୁହାରି କରୁଛନ୍ତି ଯେ କୋରୋନା ମହାମାରୀ ଶୀଘ୍ର ଦୂରେଇ ଯାଉ ଓ ଆସନ୍ତା ବର୍ଷ ପୁଣି ଥରେ ହର୍ଷ ଓହ୍ଲାସରେ ପାଳନ କରିପାରିବେ।


ସୋନାଲି ଶର୍ମା
ଅନ୍ୟ ବର୍ଷ ପରି ଏହି ବର୍ଷ ପର୍ବପର୍ବାଣୀରେ ଯଥେଷ୍ଟ ଆନନ୍ଦ ଅନୁଭବ ହେଉନାହିଁ । କୋରୋନା ମହାମାରୀ ପାଇଁ ସବୁ ପର୍ବପର୍ବାଣୀ ପରି ରାକ୍ଷୀ ପୂର୍ଣ୍ଣିମା ମଧ୍ୟ ଫିକା ପଡ଼ିଯାଇଛି । ଘରେ ଘରେ ରହି ରକ୍ଷା ବନ୍ଧନ ପାଳନ କରୁଛୁ । କୋଭିଡି-୧୯ ପାଇଁ ମନ୍ଦିର ସବୁ ବନ୍ଦ୍ ରହିଛି। ଭଗବାନଙ୍କ ଦର୍ଶନ ମଧ୍ୟ ହୋଇ ପାରୁନାହିଁ । ସେଥିପାଇଁ ଆମେ ଭଗବାନଙ୍କୁ ବିନତି କରୁଛୁ ଯେ ଏହି କୋରୋନା ମହାମାରୀ ଶୀଘ୍ର ଦୂରେଇ ଯାଉ ଓ ଆସନ୍ତା ବର୍ଷ ପୁଣି ପୂର୍ବ ଭଳି ହସ ଖୁସି ରେ ପାଳନ କରିପାରିବୁ।


ଆହୁତି ସାହୁ।
କରୋନା ମହାମାରୀ ପାଇଁ ଶ୍ରାବଣ ମାସ ସହିତ ରକ୍ଷାବନ୍ଧନ ମଧ୍ୟ ବିନା ଆନନ୍ଦରେ କଟିଛି । ଭଗବାନଙ୍କୁ ଗୁହାରି କରୁଛି ଏହି ମହାମାରୀ ଚାଲି ଯାଉ।

Leave A Reply

Your email address will not be published.