
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଗାଁ ନିକଟରେ ଛେଳି ଚରାଉଥିବା ବେଳେ ମହିଳାଙ୍କୁ ଜୋର ଜବରଦସ୍ତ ଅସଦାଚରଣ କରିଥିବା ବେଳେ ମହିଳା ଜଣଙ୍କ ଚିତ୍କାର କରିବା ସହ ହୋ ହାଲ୍ଲା କରିବା ବେଳେ ଅଭିଯୁକ୍ତ ଜଣକ ମହିଳାଙ୍କୁ ଛାଡିଦେଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା । ଏନେଇ ବୁଧବାର ଖପ୍ରାଖୋଲ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଅଭିଯୁକ୍ତକୁ ପଚରା ଉଚରା କରୁଥିବା ଜଣାପଡିଛି । ସୂଚନା ଅନୁଯାୟୀ ଅଭିଯୋଗକାରିଣୀ ଖପ୍ରାଖୋଲ ଥାନା ଅଞ୍ଚଳରେ ନିଜ ପରିବାର ସହ ରହିଆସୁଛନ୍ତି । ମଙ୍ଗଳବାର ଦିନ ସକାଳ ୧୦ଟା ସମୟରେ ଛେଳି ଚରାଇବା ପାଇଁ ନିଜ ଗାଁ ନିକଟକୁ ଯାଇଥିଲେ । ସେହି ସମୟରେ ଭାଲୁଡୁଙ୍ଗରି ଗ୍ରାମର ସତ୍ୟନାରାୟଣ ସାହୁ (୫୦) ପଛପଟୁ ଆସି ମହିଳାଙ୍କ ହାତକୁ ଜୋରରେ ଧରି ପକାଇ ଥିଲେ । ମହିଳା ଜଣକ ଚିତ୍କାର କରି କୌଶଳ କ୍ରମେ ସେଠୁ ଖସି ଆସିବା ସମୟରେ ଅଭିଯୁକ୍ତ ଜଣକ ମହିଳାକୁ କାହାକୁ କିଛି କହିଲେ ଜୀବନରେ ମାରିଦେବି ବୋଲି ଧମକ ଦେଇଥିଲା । ପରେ ପାଖରେ କାମ କରୁଥିବା କିଛି ଲୋକଙ୍କୁ ମହିଳା ଜଣକ ଘଟଣା ବିଷୟରେ ଜଣାଇ ଥିଲେ । ବୁଧବାର ଅଭିଯୋଗକାରିଣୀ ଖପ୍ରାଖୋଲ ଥାନାକୁ ଆସି ଘଟଣା ବିଷୟରେ ଲିଖିତ ଅଭିଯୋଗ କରିଥିବା ବେଳେ ଖପ୍ରାଖୋଲ ପୋଲିସ ଅଭିଯୁକ୍ତ ସତ୍ୟନାରାୟଣ ସାହୁକୁ ଥାନାକୁ ଆଣି ଅଧିକ ପଚରାଉଚରା କରି ଅଧିକ ତଦନ୍ତ କରୁଥିବା ଥାନାଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି । ଏନେଇ ଖପ୍ରାଖୋଲ ଥାନା କେସ୍ ନଂ ୨୪୭/୨୦୨୪ ଅନୁଯାୟୀ ଏକ ମାମଲା ଋଜୁ ହୋଇଥିବା ଜଣାପଡିଛି ।