ସୁନା ଦୋକାନୀଙ୍କୁ ଆକ୍ରମଣ ମାମଲାରେ ୧୧ ଅଭିଯୁକ୍ତ ଗରିଫ

ଯାଜପୁର : ସୁନା ଦୋକାନୀଙ୍କୁ ଆକ୍ରମଣ ସହ ଲୁଟ ଘଟଣାରେ ୧୧ଜଣଙ୍କ ନାରେ ପୁଲିସ ମାମାଲା ରୁଜୁ କରିଛି ବୋଲି ଖବର ମିଳିଛି । ସୂଚନା ଅନୁସାରେ ଯାଜପୁର ଜିଲ୍ଲା ଧର୍ମଶାଲା ଥାନା ଅର୍ନ୍ତଗତ ବ୍ରହ୍ମବରଦା ଗାଁର ସୁନା ଦେକାନୀ ଗତ ୬ ତାରିଖରେ ଦୋକାନ ବନ୍ଦକରି ସୁନା, ରୂପା ଗହଣା ନେଇ ଘରକୁ ଯାଉଥିବା ବେଳେ ୩ ଜଣ ଲୁଟେରା ଆସି ତାଙ୍କୁ ଆକ୍ରମଣ କରି ତାଙ୍କ ଠାରୁ ୮୦୦ ଗ୍ରାମ ସୁନା ସହ ୧୫ କିଲୋ ରୂପା ଓ ଏକ ଲକ୍ଷ ଟଙ୍କା ନେଇ ଯାଇଥିଲେ । ତେବେ ଏହି ମାମଲାରେ ପୁଲିସ ୧୧ ଅଭିଯୁକ୍ତଙ୍କୁ ଗିରଫ କରି ଡକାୟତମାନଙ୍କ ଠାରୁ ୫ ଲକ୍ଷ ୮୯ ହଜାର ଏକ ଶହ ଟଙ୍କା ସହ ୧୨ କିଲୋ ୨୦୦ ଗ୍ରାମ ରୂପା, ୭୬ ଗ୍ରାମ ସୁନା, ଗୋଟିଏ ଛୁରୀ, ୩ଟି ବାଇକ୍‌, ୧୧ଟି ମୋବାଇଲ୍‌ ଫୋନ୍‌ ସହ ଚୋରୀ ହୋଇଥିବା ସ୍କୁଟି ( ଓଡି୩୪ଏଫ-୮୯୦୪) ଜବତ କରିଛି । ଏହି ୧୧ ଅଭିଯୁକ୍ତ ମାନେ ବହୁତ ଗୁଡାଏ ବଡ ବଡ ସୁନା ଦୋକାନମାନଙ୍କୁ ଟାର୍ଗେଟ କରୁଥିଲେ । ୧୧ ଅଭିଯୁକ୍ତମାନଙ୍କ ମଧ୍ୟରୁ ଏସ୍‌.କେ.ବାସରା ଅଲ୍ଲୀ(୨୨), ଜାକିର ଖାନ(୩୪), ଏସ୍‌କେ ଅର୍‌ଫାନ(୩୨) ଓ ବିମଲ କୁମାର ଦାସ(୨୬)ଙ୍କ ନାମରେ ପୂର୍ବରୁ ବହୁତ ଗୁଡାଏ ଅପରାଧିକ ମାମଲା ରହିଥିବା ଯାଜପୁର ଏସ୍‌ପି ଚରଣ ସିଂ ମୀନା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

Leave A Reply

Your email address will not be published.