ପୂଜା ପାର୍ବଣ ଶାନ୍ତି ଶୃଙ୍ଖଳାର ସହ ପାଳନ ନେଇ ପ୍ରଶାସନିକ ବୈଠକ

କଂଟାବାଂଜି, (ମନିଶ କୁମାର ହଂସ) : ଟିଟିଲାଗଡ ସବ୍‌ ଡିଭିଜନ ଅଧୀନରେ କରୋନା ମହାମାରୀ ସଂକ୍ରମଣ ସମୟରେ ଚଳିତ ଦୁର୍ଗା ପୂଜା, କାଳି ପୂଜା, ଗଜଲକ୍ଷ୍ମୀ ପୂଜା ସହ ଅନ୍ୟାନ୍ୟ ପୂଜା ପାର୍ବଣ ଶାନ୍ତି ଶୃୃଙ୍ଖଳାର ସହ ପାଳନ କରିବା ସହିତ କରୋନା ସଂକ୍ରମଣର ନିୟମ ବଜାୟ ରଖିବା ପାଇଁ ଉପଜିଲ୍ଲାପାଳ, ଟିଟିଲାଗଡ ତଥା ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟ ଅଧ୍ୟାଦେଶ ଜାରି କରିଛନ୍ତି । କଂଟାବାଂଜି ସହରାଂଚଳ ଓ ରେଲୱେ ପରିସରରେ ଏହି ଅଧ୍ୟାଦେଶ କଡାକଡି ଭାବେ ପାଳନ କରିବା ନେଇ କଂଟାବାଂଜି ଥାନା ପରିସରରେ ଶୁକ୍ରବାର ଦିନ ଏକ ବୈଠକ ବସିଥିଲା । ଏହି ବୈଠକରେ କଂଟାବାଂଜି ସହରର ବିଭିନ୍ନ ପୂଜା ମଣ୍ଡପ ଏବଂ ମଂଦିରର ସେବାୟତ, ପରିଚାଳନା କମିଟୀର ସଭ୍ୟମାନେ ଉପସ୍ଥିତ ରହି ସରକାରୀ ଗାଇଡ ଲାଇନ ଉପରେ ଆଲୋଚନା ହୋଇଛି । ଏହି ବୈଠକରେ ସ୍ଥାନୀୟ ତହସିଲଦାର ଅଶୋକ କୁମାର ମାଝି, ଏସଡିପିଓ ସରୋଜ କୁମାର ମହାପାତ୍ର, ଆଇଆଇସି ସତ୍ୟଜିତ କନ୍ଦନକେଲ, ସବ୍‌ ଇନ୍ସପେକ୍ଟର ହୀରା ଖାଲକୋ, ସବ୍‌ ଇନ୍ସପେକ୍ଟର ପ୍ରଦୀପ କୁମାର ଦୁରିଆ, ସବ୍‌ ଇନ୍ସପେକ୍ଟର ମଲ୍ଲିକ, ଏଏସଆଇ ପଞ୍ଚାନନ ଖୁଆସ ସହ କଂଟାବାଂଜି ଜିଆରପି ସବ୍‌ ଇନ୍ସପେକ୍ଟର ମୋହନ କୁମାର ନାୟକ, ଏଏସଆଇ ଉମେଶ କୁମାର ଅହିର ସହ ପୂଜା ମଣ୍ଡପ ଓ ମଂଦିର ପରିଚାଳନା କମିଟୀର ସଭ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.