csstore

ପୂର୍ବତନ ସରପଞ୍ଚ ଗଜରାଜ ସିଂ ପୁଟାଙ୍କ ପିତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ତଥା ଜ୍ୟୋତିଷ, ଗବେଷକ ଗଜରାଜ ସିଂ ପୁଟାଙ୍କ ପିତା ମଧୁସୂଦନ ପୁଟାଙ୍କ ଖପୁରୀଡିହି ଗ୍ରାମ ବାସଭବନରେ ଆଜି ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତା‌ଙ୍କୁ ୧୦୯ ବର୍ଷ ହେଉଥିଲା । ତାଙ୍କର ଦୁଇଟି ପୁଅ ଗଜରାଜ ସିଂ, ଗୋବର୍ଦ୍ଦନ ଓ ଦୁଇଟି ବୋହୁ, ତିନୋଟି ଝିଅ ଜ୍ବାଇଁ ସହିତ ନାତିନାତୁଣୀଙ୍କୁ ଛାଡି ଯାଇଛନ୍ତି । ତାଙ୍କର ମୃତ୍ୟୁରେ ବରତୁଣ୍ତା ଅଞ୍ଚଳରେ ଶୋକ ଛାୟା ଖେଳିଯାଇଛି । ଗାଁର ଶ୍ମଶାନ ଘାଟରେ ଶେଷକୃତ୍ୟ କରାଯାଇଥିବା ବେଳେ ବଡ ପୁତ୍ର ପୂର୍ବତନ ସରପଞ୍ଚ ତଥା ଜ୍ୟୋତିଷ ଗବେଷକ ଶ୍ରୀ ସିଂ ପୁଟା ମୁଖାଗ୍ନି ଦେଇ ଥିଲେ । ସ୍ବର୍ଗତ ମଧୁସୂଦନ ପୁଟା ତା ୪.୨.୧୯୧୧ ମସିହାରେ ଖୁପୁରିଡିହି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ବରତୁଣ୍ତା ଗ୍ରାମର ନିମ୍ନ ପ୍ରାଥମିକ ସ୍କୁଲରେ ବିଦ୍ୟା ଅଧ୍ୟୟନ କରିଥିଲେ । କିଛି ବର୍ଷ ପରେ ରାଜନୀତିରେ ପଶି ଜାମସେଠ ଗ୍ରାମ ପଞ୍ଚାୟତ ୱାର୍ଡ ମେମ୍ବର ଓ ନାଏବ ସରପଞ୍ଚ ଦାୟିତ୍ୱ ତୁଲାଇ ଥିଲେ । ତାପରେ ୧୯୫୧ ମସିହାରେ ପୁରେନା ସର୍କଲ ଗଣ୍ତ ସମାଜର ସମ୍ପାଦକ ଏବଂ ସଭାପତି ଭାବରେ ନିଯୁକ୍ତି ହୋଇ ଦୀର୍ଘ ୬୨ ବର୍ଷ ପୁରେନା ସର୍କଲ ଗଣ୍ତ ସମାଜ ସେବା କରିବା ସହିତ ୨୦୧୩ ମସିହାରେ ଇସ୍ତାଫା ଦେଇଥିଲେ । ସେ ଜଣେ କଂଗ୍ରେସ କର୍ମୀ ଓ ସମାଜସେବୀ ନୀତିବାନ ତଥା ଲୋକପ୍ରିୟ ବ୍ୟ‌କ୍ତି ଥିଲେ । ସ୍ବର୍ଗତ ପୁଟାଙ୍କ ବିୟୋଗରେ ପଦ୍ମପୁର ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁ, ପାଇକମାଲ ବ୍ଲକ ପୂର୍ବତନ ଅଧ୍ୟକ୍ଷ ବିନୋଦ କାଲିଆ, ଭେଙ୍ଗରାଜପୁର ସମିତି ସଭ୍ୟ ତଥା ସମାଜସେବୀ ବିନୋଦ ବିହାରୀ ବିଶ୍ବାଳ, ବରତୁଣ୍ତା ପୂର୍ବତନ ସରପଞ୍ଚ ଦୁଃଶାସନ କୁମ୍ଭାର, ଗନ୍ଧମାର୍ଦ୍ଦନ ଯୁବ ପରିଷଦ ସଂପାଦକ ଦୁର୍ୟ୍ୟୋଧନ ପୁଟାଙ୍କ ସମେତ ଅନେକେ ଗଭୀର ଶୋକ ପ୍ରକାଶ କରି ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

jayashree
Leave A Reply

Your email address will not be published.