ଦୁଇ ପରିବାର ମଧ୍ୟରେ ସଂଘର୍ଷ ବେଳେ ଡିନାମାଇଟ୍ ମାଡ ଅଭିଯୋଗ, ଯୁବକଙ୍କ ହାତରେ ଫୁଟିଗଲା ଡିନାମାଇଟ୍

କଣାସ : ଦୁଇ ପରିବାରର ଗଣ୍ଡଗୋଳରୁ ଡିନାମାଇଟ୍ ମାଡ ଅଭିଯୋଗ । ଫିଙ୍ଗିବା ବେଳେ ଉତ୍ତ୍ୟକ୍ତ ଯୁବକଙ୍କ ନିଜ ହାତରେ ଫୁଟିଗଲା ଡିନାମାଇଟ୍ । ଆହତ ଅବସ୍ଥାରେ ଯୁବକ ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଗଲେ । ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ପୋଲିସ ହାତରେ ଧରାପଡିଲେ । ପୁରୀ ଜିଲ୍ଲା କଣାସ ଥାନା ନୂଆଦୋକନ୍ଦା ଗାଁର ଘଟଣା । ଡିନାମାଇଟ ମାଡ କରିଥିବା ଯୁବକଙ୍କ ପରିବାର ସହ ଅନ୍ୟ ଏକ ପରିବାର ଦୀର୍ଘଦିନ ଧରି ପାରିବାରିକ ଶତ୍ରୁତା ଲାଗିରହିଥିଲା । ବୁଧବାର ଦିନ ଅପରାହ୍ନରେ ପୁଣି ୨ ପରିବାର ମୁହାଁମୁହିଁ ହୋଇଥିଲେ । ଏଥିରେ ଯୁବକ ଜଣଙ୍କ ଉତ୍ତ୍ୟକ୍ତ ହୋଇ ନିଜ ଆଜବେଷ୍ଟସ୍‌ ଉପରକୁ ଚଢ଼ିଯାଇ ଡିନାମାଇଟ ମାଡ କରିଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.

one × 1 =