jsm

ସିନାପାଲି ବ୍ଲକରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

csstore

ନୂଆପଡ଼ା, (କେପିଏନ୍‌ଏସ୍‌) : ସିନାପାଲି ବ୍ଲକ ସଭାଗୃହ ଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ କ୍ଷମାନିଧି ଭୋଇ, ଉପଜିଲ୍ଲାପାଳ ସୁର୍ମି ସୋରେନ୍, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ. ଧନେଶ୍ୱର ସେଠୀ, ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ, ଉପାଧ୍ୟକ୍ଷା ମୀନା ଘିବେଲା, ବିଡ଼ିଓ କାର୍ମୀ ଓରାମ, ତହସିଲଦାର ଉପାଞ୍ଜଳୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଡେପୁଟୀ କଲେକ୍ଟର ଚିନ୍ମୟ ସାଗର, ଶେଖ୍ ନସୀମ, ହେମନ୍ତ ପୁଟା ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଶିବିରରେ ନୂଆପଡାର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଲାଇନ୍ ବିଭାଗ ଅଧିକାରୀ ଉପସ୍ଥିତ ରହି ୬୪ଟି ବିଭିନ୍ନ ଅଭିଯୋଗ ସମାଧାନରେ ସାମିଲ ହୋଇଥିଲେ । ଶିବିରରେ ଚଟିଆଗୁଡ଼ା ଗାଁର ବୃଦ୍ଧ କୀର୍ତ୍ତନ ବାଗଙ୍କୁ ଦଶ ହଜାର ଟଙ୍କା ଏବଂ ଗମ୍ଭାରୀଗୁଡ଼ା ଗାଁର ଭିନ୍ନକ୍ଷମ ଝିଅ ଭୂମିସୂତା ମେହେରଙ୍କୁ ପାଞ୍ଚ ହଜାର ଟଙ୍କାର ତତ୍କାଳ ସହାୟତା ରେଡକ୍ରସ୍ ପାଣ୍ଠିରୁ ଜିଲ୍ଲାପାଳ ପ୍ରଦାନ କରିଥିଲେ । ଚାରପାଲି ଗାଁର ବୃଦ୍ଧା କ୍ଷମତି ତେଜିଙ୍କ ପୁଅର ବ୍ୟାଙ୍କ୍ ଋଣ ବାକି ଥିବାରୁ ହାତୀବନ୍ଧା ୟୁଜିବି ମ୍ୟାନେଜର ତାଙ୍କର ବାର୍ଦ୍ଧକ୍ୟ ଭତ୍ତା ରୋକି ଦେଇଥିବା ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଅଭିଯୋଗ ଶିବିରରୁ ବୃଦ୍ଧାଙ୍କ ବାର୍ଦ୍ଧକ୍ୟ ଭତ୍ତା ବକେୟା ସହିତ ତୁରନ୍ତ ପ୍ରଦାନ କରିବା ପାଇଁ ମେନେଜରଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ, ଯାହାକି ତୁରନ୍ତ କାର୍ଯ୍ୟକାରୀ ହୋଇଥିଲା । କୁସୁମଯୋର ଗାଁରୁ ସିନାପାଲି କଲେଜ୍ ଯାଏଁ ସରକାରୀ ବସ୍ ଚଳାଚଳ କରିବା ପାଇଁ କଲେଜ୍ ଛାତ୍ରଛାତ୍ରୀମାନେ ଅନୁରୋଧ କରିବାରୁ ଜିଲ୍ଲାପାଳ ଏହାକୁ ଅନୁମୋଦନ କରିଥିଲେ । ଉକ୍ତ ଶିବିରରେ ସିନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ ତଥା ଗ୍ରାମ ଗୁଡିକରୁ ବିଭିନ୍ନ ସମସ୍ୟା ଆଧାରିତ ଅଭିଯୋଗ ଶୁଣାଣି ହୋଇଥିଲା । ଜନ ଶୁଣାଣି ଶିବିର ଉପଲକ୍ଷେ ଟିମନପୁର ପଞ୍ଚାୟତରେ ଏକ ରକ୍ତଦାନ ଶିବିର ଓ ଜନସାଧାରଣଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା । ପରେ ଟିମନପୁର ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ନିରାକରଣ ନିମିତ୍ତ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା । ଏହି ଗ୍ରାମ ପଞ୍ଚାୟତରେ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ଏକ ଚିକିତ୍ସା ଶିବିର ମଧ୍ୟ ଆୟୋଜିତ ହୋଇଥିଲା । ଏଠାରେ ୪୪ଟି ବଡ଼ ଏବଂ ୧୭୮ଟି ଛୋଟ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା, ୧୦୦ଟି ପଶୁଙ୍କ ଟୀକା କରଣ ଏବଂ ୪ଟି ପଶୁଙ୍କ ଇନ୍ସୁରେନ୍ସ କରାଯାଇଥିଲା । ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଶିବିରର ସମ୍ବାଦ ସଂଗ୍ରହ କରିଥିଲେ ।

yuvodaya
Leave A Reply

Your email address will not be published.