jayashree

ସୋପିଟ ନିର୍ମାଣରେ ଅନିୟମିତତା ଅଭିଯୋଗ : ବିଡ଼ିଓଙ୍କ ନିର୍ଦ୍ଦେଶକୁ ଫୁ କଲେ ଯନ୍ତ୍ରୀ

ସଇଁତଲ, (ପ୍ରମୋଦ ସେଲମା) : ସରକାର ଗ୍ରାମାଞ୍ଚଳଗୁଡିକରେ ମନରେଗା ଯୋଜନା ଅଧୀନରେ ଚାଲିଥିବା ସୋପିଟ୍‌ ନିର୍ମାଣ କରି ଆବର୍ଜନା ଜଳକୁ ବୋହିନଯିବା ଯୋଗୁଁ ମାଟି ଶୋଷଣ କରିବା ଉଦ୍ଦେଶ୍ୟରେ ବ୍ୟାପକ ମାତ୍ରାରେ ସୋପିଟ ନିର୍ମାଣ କରିଆସୁଛନ୍ତି । ଯାହାଫଳରେ ଗ୍ରାମପଞ୍ଚାୟତ ଅଧୀନରେ ମନରେଗା ଯୋଜନା ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସୋପିଟ୍‌ ନିର୍ମାଣରେ ବ୍ୟାପକ ଅନିୟମିତତା ଯୋଗୁଁ ତାହା ଫେଲ ମାରିଥିବା ବେଳେ ଏନେଇ ବ୍ଲକସ୍ତରୀୟ ଜନଶୁଣାଣିରେ ଅଭିଯୋଗ ହେବା ପରେ ବିଡ଼ିଓ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ୧ ମାସ ବିତି ଯାଇଥିଲେ ମଧ୍ୟ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶକୁ ଫୁ କରି ଦେଇଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ପ୍ରକାଶ ଯେ, ଏହି ବ୍ଲକ ଅଧୀନସ୍ଥ କୁମ୍ଭାରୀ ପଞ୍ଚାୟତ ସ୍ଥିତ କାଲିକ୍ଷେତ ଗାଁରେ ୫୦ ଜଣ ହିତାଧିକାରୀଙ୍କ ଘରରେ ଆବର୍ଜନା ଜଳ ନବୋହିବରୁ ସୋପିଟ ନିର୍ମାଣ କରାଯାଇଥିଲା । କିନ୍ତୁ ଅତି ନିମ୍ନମାନର ସୋପିଟ ନିର୍ମାଣକୁ ନେଇ ବ୍ଲକସ୍ତରୀୟ ଜନଶୁଣାଣି ଠାରେ ଅଭିଯୋଗ ଉଠିଥିଲା । ଉକ୍ତ କାର୍ଯ୍ୟରେ ୧ ଲକ୍ଷ ୫୦ ହଜାର ଟଙ୍କା ବିଲ ମଧ୍ୟ ଠିକାଦାର ଉଠାଣ କରିଥିବା ଜଣାପଡିଛି । କିନ୍ତୁ ନିମ୍ନମାନର କାର୍ଯ୍ୟ ବୋଲି ଜାଣିଶୁଣି ବ୍ଲକ ପ୍ରଶାସନ କାହିଁକି ବିଲ୍‌ ପ୍ରଦାନ କଲେ ବୋଲି ସ୍ଥାନୀୟ ସମିତି ସଭ୍ୟା ସରୋଜିନୀ ବିଭାର ମଧ୍ୟ ଅଭିଯୋଗ କରିଥିଲେ । ଉକ୍ତ ଘଟଣାକୁ ନେଇ ବିଡ଼ିଓ ବିନୟ ଭୋଇ ୭ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ଚମନଲାଲ ପ୍ରଧାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ୧ ମାସ ବିତି ଯାଇଥିଲେ ମଧ୍ୟ ଯନ୍ତ୍ରୀ ଘଟଣାକୁ ଫୁ କରି ଦେଇଥିବା ନେଇ ସାଧାରଣ ଚର୍ଚ୍ଚା ହେଉଛି । ଏଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ।ା ପାଇଁ ଅଞ୍ଚଳ ଜନସାଧାରଣ ତରଫରୁ ଦାବୀ ହେଉଛି ।

Leave A Reply

Your email address will not be published.