csstore

ସୁବର୍ଣ୍ଣପୁରରେ ଛତୁଆ ମହା ଦୁର୍ନୀତି ଅଭିଯୋଗ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକରେ ଛତୁଆ ମହା ଦୁର୍ନୀତି ହେବାର ଅଭିଯୋଗ ହୋଇଛି । ଏପରି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଛତୁଆର ମାନ ଓ ଗୁଣବତ୍ତା ତଥା ଓଜନ ନିମ୍ନମାନର ରହିଥିବା ସହ ଛତୁଆ ପ୍ୟାକେଟରେ ପ୍ରସ୍ତୁତି ଓ ଅବଧି ସମାପ୍ତି ତାରିଖ ମଧ୍ୟ ଲେଖା ଯାଇନଥିବା ଅଭିଯୋଗ ହୋଇଛି । ତରଭା ଠାରେ ଆୟୋଜିତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଜନ ଶୁଣାଣିରେ ଏପରି ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ନେଇ CDPOଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲା ହେଲେ CDPO ଏ ବିଷୟରେ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେବାକୁ ମନା କରି ଅଫ୍ କ୍ୟାମେରାରେ ଏହାର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି କହିଥିଲେ । କିଛି ଦିନ ପୂର୍ବରୁ ବିଧାନସଭାରେ ଛତୁଆର ମହା କେଲେଙ୍କାରୀ ବିଷୟରେ ତୁମ୍ବି ତୋଫାନ ବିରୋଧ କରିଥିବା ବେଳେ ସୁବର୍ଣ୍ଣପୁରରେ ମଧ୍ୟ ଛତୁଆର ମହା ଦୁର୍ନୀତିର ସଙ୍ଗୀନ ଅଭିଯୋଗ ହୋଇଛି । ଦୀର୍ଘ ସମୟ ଧରି ଗୋଟିଏ ସଂସ୍ଥା ଏହାର ଦାୟିତ୍ୱ ନେଇ ମନମାନି ପ୍ରସ୍ତୁତି ଏବଂ ଓଜନରେ ଘୋଟାଲା କରି ଆସୁଥିବାର ଅଭିଯୋଗ ବାରମ୍ବାର ହେଉଥିଲେ ହେଁ କାହାର ଚାପରେ ସ୍ଥାନୀୟ ପ୍ରଶାସନ ଚୁପ୍ ରହି ଯାଉଛି ବୋଲି ସ୍ଥାନୀୟ ଲୋକମାନେ ପ୍ରଶ୍ନ କରିଛନ୍ତି । ଆଗାମୀ ଦିନରେ ଏହାର ଶୀଘ୍ର ସମାଧାନ କରାନଗଲେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ମଧ୍ୟ ଦେଇଛନ୍ତି ।

jayashree
Leave A Reply

Your email address will not be published.