ଝାରମୁଣ୍ଡା ଧନୁଯାତ୍ରା ଅବସରରେ ଜୁଆଖେଳ ଓ ଖୋଲାମଦ କାରବାର ବୃଦ୍ଧି ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଝାରମୁଣ୍ଡା ଗ୍ରାମରେ ଧନୁଯାତ୍ରା ଅବସରରେ ଖୋଲାମଦର ଅବାଧ କାରବାର ସହିତ ଜୁଆଖେଳ ଚାଲିଥିବା ଅଭିଯୋଗ ହେଉଛି । ଖୋଲାମଦ କାରବାରକୁ ନେଇ କିଛି ଦୁର୍ବୃତ୍ତ ଜନୈକ ବ୍ୟକ୍ତିଙ୍କ ଗାଡି କାଚ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏପରିକି ଯାତ୍ରା ଦେଖିବାକୁ ଆସିଥିବା କୁଶଙ୍ଗ ଗ୍ରାମର କେତେକ ବ୍ୟକ୍ତିଙ୍କ ସହିତ ସ୍ଥାନୀୟ କିଛି ମଦ୍ୟପ ଝଗଡା କରି ମାଡପିଟ କରିଥିବା ଖବର ହସ୍ତଗତ ହୋଇଛି । ଧନୁଯାତ୍ରାରେ ବ୍ୟାପକ ଜନଗହଳି ହେଉଥିଲେ ମଧ୍ୟ ପୋଲିସ ପେଟ୍ରୋଲିଂର ଅଭାବ ଯୋଗୁଁ ଅସାମାଜିକ ତତ୍ତ୍ୱ ସକ୍ରିୟ ରହିଥିବା ଅଭିଯୋଗ ହେଉଛି । ସେହିପରି ଧନୁଯାତ୍ରା ଅବସରରେ ବ୍ୟାପକ ଭାବେ “ଲକି ସେଭେନ” ନାମକ ଏକ ଜୁଆଖେଳ ଗତ ୩ ଦିନ ଧରି ଚାଲିଥିବା ଅଭିଯୋଗ ହେଉଛି । ଅନେକ ବ୍ୟକ୍ତି ଜୁଆଖେଳରେ ନିଜର ସାର୍ବସ୍ୱାନ୍ତ ହରାଉଥିବା ଦେଖିବାକୁ ମିଳିଛି । ପୋଲିସ ତଥା ଅବକାରୀ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବା ସକାଶେ ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି ।

Leave A Reply

Your email address will not be published.

5 × five =