om academy

ଲୋଇସିଂହା ବ୍ଲକସ୍ତରୀୟ ଫୁଟବଲ ଓ ଖୋଖୋ ପ୍ରତିଯୋଗିତା

jsm

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ପଞ୍ଚାୟତ ସମିତି ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ଫୁଟବଲ ଓ ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ବିଡ଼ିଓ ବିଜୟ କୁମାର ହୋତାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ । ପ୍ରଥମ ଦିନରେ ଆୟୋଜିତ ଫୁଟବଲ ଖେଳ ପାଇଁ ବ୍ଲକର ବିଭିନ୍ନ ପଞ୍ଚାୟତର ହାଇସ୍କୁଲରୁ ଆସିଥିବା ଛାତ୍ରମାନଙ୍କ ସହିତ ଅଧ୍ୟକ୍ଷ ଶ୍ରୀ ପଟେଲ ପରିଚିତ ହୋଇଥିଲେ । ଜିପିଇଓ କିଶୋର ମାନସିଂ, ସ୍ଥାନୀୟ ସରପଞ୍ଚ ନବକିଶୋର ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

thirteen + 13 =