csstore

ଗ୍ରାମ ରୋଜଗାର ସେବକ ପାଞ୍ଚ ମାସ ହେଲା ଦରମା ପାଇନଥିବା ଅଭିଯୋଗ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ଗ୍ରାମ ରୋଜଗାର ସେବକ ମାନେ ପାଞ୍ଚ ମାସ ହେଲା ଦରମା ପାଇନଥିବା ଅଭିଯୋଗ ହୋଇଛି । ସାତ ଦିନ ମଧ୍ୟରେ ପାଉଣା ନ ମିଳିଲେ କାର୍ଯ୍ୟବନ୍ଦ କରିବେ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମୀ ରଞ୍ଜନ ରାଉତଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ଜୁନ ମାସରୁ ଗ୍ରାମ ରୋଜଗାର ସେବକ ମାନଙ୍କୁ ଦରମା ମିଳିନଥିବା ଅଭିଯୋଗ କରିଥିବା ବେଳେ ସ୍ୱଳ୍ପ ବେତନରେ ପରିବାର ପ୍ରତିପୋଷଣ କରୁଥିବା ଗ୍ରାମ ରୋଜଗାର ସେବକ ମାନଙ୍କୁ ମାସ ମାସ ଧରି ପାଉଣା ନମିଳିବା ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସଫଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମାହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗ୍ରାମ ରୋଜଗାର ସେବକ ମାନେ ଶ୍ରମିକଙ୍କୁ ନିଯୁକ୍ତ କରି କର୍ମ ନିଯୁକ୍ତି ଦେଇଥାନ୍ତି । ଏନେଇ ବିଡ଼ିଓ ରାଉତଙ୍କୁ ପଚାରିବାରୁ ତୁରନ୍ତ ପାଉଣା ଦେବା ବ୍ୟବସ୍ଥ କରାଯିବ ବୋଲି କହିଛନ୍ତି । ଏହି ଅବସରରେ ଗ୍ରାମ ରୋଜଗାର ସଂଘ ସଭାପତି ମୃତ୍ୟୁଞ୍ଜୟ ନନ୍ଦ, ନୀଳମଣି ଜାଲ, ପବିତ୍ର କାଳସାଏ, ବିପିନ ବେହେରା, ସଦାନନ୍ଦ ମାଝୀ, ସରୋଜ ଭୋଇ, ସତ୍ୟ ନାରାୟନ ମେହେର, ହେମନ୍ତ ଭୋଇ, ଦୁର୍ଯ୍ୟୋଧନ ଦଣ୍ଡସେନା ପ୍ରମୁଖ ସମସ୍ତ ଗ୍ରାମ ରୋଜଗାର ସେବକ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.