pakka

ପାଟଣାଗଡ଼ ଡ଼ାକ୍ତରଖାନାରୁ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ପାଇବାରେ ଲୋକେ ହଇରାଣ ହେଉଥିବା ଅଭିଯୋଗ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଲୋକମାନଙ୍କୁ ତ୍ୱରିତ ସେବା ଯୋଗାଇ ଦେବା ପାଇଁ ଡିଜିଟାଲ ମାଧ୍ୟମରେ ସେବା ଯୋଗାଇ ଆସୁଛନ୍ତି । ହେଲେ ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାରେ ଏହା ସମ୍ପୂର୍ଣ୍ଣ ଓଲଟା । ପାଟଣାଗଡ଼ ଡ଼ାକ୍ତରଖାନାରୁ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ପାଇବାରେ ଲୋକେ ହଇରାଣ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ପାଟଣାଗଡ଼ ଏନ୍‌ଏସି କାର୍ଯ୍ୟାଳୟରେ ପୂର୍ବରୁ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ଦିଆଯାଉଥିଲା । କିଛି ଦିନ ହେବ ଡାକ୍ତରଖାନା ପରିସରରେ ଏକ ଠିକା କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି । ଏହି ଠିକା କର୍ମଚାରୀ ଜଣକ ଆଜି ଆସ କାଲି ଆସ ନେଟ ଆସୁନି, ମୁଁ ବ୍ୟସ୍ତତା ଭିତରେ ଅଛି । ନେଟ ଆସୁନି ମୁଁ କଣ କରିବି, ଡାକ୍ତରଖାନା ସାରା ନେଟ ଏପରି ଅବସ୍ଥା ରହିଛି ବୋଲି କହୁଥିବା ଅଭିଯୋଗ ହେଉଛି । ଉକ୍ତ ବ୍ୟକ୍ତିଙ୍କୁ ୫ ଶହରୁ ୧ ହଜାର ଟଙ୍କା ହାତଗୁଞ୍ଜା ଦେଲେ ସଙ୍ଗେ ସଙ୍ଗେ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ମିଳୁଛି ବୋଲି ଚାରିଆଡେ ଚର୍ଚ୍ଚା ହେଉଛି । ଅନ୍ୟ ପକ୍ଷରେ ବିଭାଗୀୟ କିରାଣୀ ଜଣଙ୍କୁ ପଚରାଯିବାରୁ ମୋ ଆଖିକୁ ଦିଶୁନାହିଁ ମୋର କମ୍ପ୍ୟୁଟର ଚଳାଇବାର ଜ୍ଞାନ ନାହିଁ ବୋଲି ସେ ପ୍ରକାଶ କରିବା ସହ ହାତ ଟେକି ଦେଇଛନ୍ତି ବୋଲି ଅଭିଯୋଗ ହେଉଛି । ଜିଲ୍ଲା ତଥା ପଡୋଶୀ ନୂଆପଡ଼ା ଜିଲ୍ଲାର ଲୋକେ ଏହି ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନା ଉପରେ ନିର୍ଭର କରିଥାନ୍ତି । ଉକ୍ତ ପ୍ରମାଣପତ୍ର ପାଇଁ ଲୋକେ ଶହେରୁ ଦୁଇ ଶହ କିମି ଦୂରରୁ ଆସିବା ସହ ୧୦ରୁ ୨୦ ଦିନ ଧରି ଦୈଡିବାକୁ ପଡ଼ିଥିବା ବେଳେ ଲୋକେ ବହୁ ହଇରାଣ ହେଉଥିବା ଅଭିଯୋଗ ହେଉଛି । ଏନେଇ ଭାରପ୍ରାପ୍ତ ଏସ୍‌ଡିଏମ୍‌ଓ ଡ଼ ପିତବାସ ସାଙ୍କୁ ପଚରାଯିବାରୁ କୌଣସି ପ୍ରକାର ଅଭିଯୋଗ ଥିଲେ ତୁରନ୍ତ ସମାଧାନ କରାଯିବ ବୋଲି କହିଥିଲେ । ଏଥିପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଦନ୍ତ କରି ଏଠାରେ କମ୍ପ୍ୟୁଟର ଚଳାଇବାରେ ଅଭିଜ୍ଞ ଥିବା ଜଣଙ୍କୁ ନିଯୁକ୍ତି ଦେବାକୁ ସାଧାରଣରେ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

eighteen + four =