oom

ନୂଆମାଲପଡା ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

jsmm

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୂଆମାଲପଡା ଗ୍ରାମ ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ନେଇ ଗତକାଲି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ନୂଆମାଲପଡା ଗ୍ରାମ ପଞ୍ଚାୟତ ଛତିଶଗଡ଼ ସୀମାନ୍ତବର୍ତ୍ତୀକୁ ଲାଗି ରହିଥିବା ବେଳ ଜମିକୁ ନେଇ ବିଭିନ୍ନ ସମୟରେ ବିବାଦ ଲାଗି ରହିଛି । ଏହା ସମେତ ୮ ଗୋଟି ଦାବୀର ସମସ୍ୟା ପାଇଁ ଜଣାଇଛନ୍ତି । ଦାବୀ ଗୁଡିକ ହେଲା ପିପଲ ଗଛ ଠାରୁ ଛତିଶଗଡ଼ ସୀମାନ୍ତବର୍ତ୍ତୀ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ଅଖରାଭଟାରୁ ଧିଙ୍ଗିଆମୁଣ୍ତା ଆରଡି ରାସ୍ତା ନିର୍ମାଣ, ନୂଆମାଲପଡା ପଞ୍ଚାୟତରେ ଏଏନଏମ କେନ୍ଦ୍ର ସ୍ଥାପନ, ଉକ୍ତ ପଞ୍ଚାୟତରେ ଗୋଦାମ ଘର ନିର୍ମାଣ, ଯାତାୟାତ ପାଇଁ ବସ ସୁବିଧା ସମେତ ଅନ୍ୟାନ୍ୟ ବିଷୟରେ ଦାବୀ ପତ୍ରରେ ଉଲ୍ଲେଖ ରହିଛି । ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ତୁରନ୍ତ ଉକ୍ତ ପଞ୍ଚାୟତକୁ ପରିଦର୍ଶନ କରି ସମସ୍ତ ସମସ୍ୟା ବିଷୟରେ ଆଳୋଚନା କରି ଖୁବ ଶିଘ୍ର ସମାଧାନ କରିବାକୁ ପ୍ରତିଶୃତି ଦେଇଛନ୍ତି ।

jittmm
Leave A Reply

Your email address will not be published.