ରେଞ୍ଚ ପଞ୍ଚାୟତ ବିବାଦର ସମାଧାନ

ଡେଲାଙ୍ଗ, (ଦୀଲ୍ଲିପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅଧିନସ୍ଥ ରେଞ୍ଚ ଗ୍ରାମ ପଞ୍ଚାୟତରେ ଜନପ୍ରତିନିଧି ମଧ୍ୟରେ ଭୁଲ ବୁଝାମଣ ଯୋଗୁଁ ପଞ୍ଚାୟତ ଉନ୍ନୟନ କାମ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଥିଲା । ସେଥିପାଇଁ ଡେଲାଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତିସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ସ୍ଥାନୀୟ ଜିଲ୍ଲାପରିଷଦ ସଦସ୍ୟା ଦିପ୍ତିଶ୍ରୀ ରାଉତରାୟ, ସରପଞ୍ଚ ହରିହର ସ୍ୱାଇଁଙ୍କ ସମେତ ପଞ୍ଚାୟତର ୱାର୍ଡ ସଭ୍ୟ ଓ ସଭ୍ୟାମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀ, ଅତିରିକ୍ତ ଉନ୍ନୟନ ଅଧିକାରୀ ପ୍ରଦୀପ୍ତ ନାୟକ, ଗ୍ରାମ ପଞ୍ଚାୟତର ସଂପ୍ରସାରଣ ଅଧିକାରୀ ରତିକାନ୍ତ ସାହୁଙ୍କ ସମେତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ ଉପସ୍ଥିତ ଥିଲେ । ନିଜ ନିଜ ମଧ୍ୟରେ ଭୁଲ ବୁଝାମଣା ଯୋଗୁଁ ସୃଷ୍ଟି ହୋଇଥିବା ମନମାଲିଣ୍ୟ ଭୁଲି ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସମସ୍ତେ ସହମତି ପ୍ରକାଶ କରିଥିଲେ ।

Leave A Reply

Your email address will not be published.