
ଆଗଲପୁର, (ସୁଶିଳ କୁମାର ମିଶ୍ର) : ରାଜ୍ୟ ସରକାର ୫ଟି ସ୍କୁଲ ରୂପାନ୍ତରିଣ କାମ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରୁଛନ୍ତି କିନ୍ତୁ କେତେକ ସ୍ଥାନରେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ କାମ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି । ଏହିଭଳି ଏକ ଅଭିଯୋଗ ହେଉଛି ଆଗଲପୁର ବ୍ଲକ ଅନ୍ତର୍ଗତ ବେନ୍ଦ୍ରା ଗ୍ରାମପଞ୍ଚାୟତ ରାମପୁରଠାରେ ଥିବା ଆଶ୍ରମ ସ୍କୁଲ ରୂପାନ୍ତରିଣ କାମରେ । ଅଭିଯୋଗ ଅନୁସାରେ ସ୍କୁଲକୁ ଦ୍ବିତୀୟ ପର୍ଯ୍ୟାୟରେ ୫ଟି ସ୍କୁଲରେ ସାମିଲ କରାଯାଇ ୪୫ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା । ଯାହାକି ସ୍କୁଲ କୋଠା ମରାମତି, ଆସବାବପତ୍ର, ଡିଜିଟାଲ ଲାଇବ୍ରେରୀ, ଶୌଚାଳୟ, କମ୍ପୁଟର, ଲ୍ୟାବ ନିର୍ମାଣ ସହ ସ୍କୁଲ ଉନ୍ନତିକରଣ ପାଇଁ ଅଟକଳ ହୋଇଥିଲା । କିନ୍ତୁ ଜଣେ ଠିକାଦାରଙ୍କୁ ଏହି କାମ କରିବା ପାଇଁ ନିୟୋଜିତ କରାଯାଇଥିବାରୁ ଠିକାଦାର ଅଟକଳ ଅନୁଯାୟୀ କାମ ନକରି ପୁରଣା କୋଠା ଗୁଡିକୁ ବାହାରକୁ ରଂଗ ମାରିଦେଇ ଭିତର କାନ୍ଥ ମାନଂକରେ ରଂଗ ମାରି ନାହାନ୍ତି ବୋଲି ଅଭିଯୋଗ ହେଉଛି । ଆହୁୀି ମଧ୍ୟ ଅଭୀଯୋଗ ହେଉଛି ଯେ, ଷ୍ଟାଫ କମନରୁମ୍ରେ ପଂଖା ଲାଗି ନାହିଁ, ଲାଇବ୍ରେରୀକୁ କମ୍ପ୍ୟୁଟିକରଣ କରାଯାଇନାହିଁ । ଯେଉଁମାନର ଟାଇଲ୍ ଲାଗିବା କଥା ଲଗାଯାଇ ନାହିଁ । ଅତି ନିମ୍ନମାନର ଟାଇଲ୍ ଲଗାଯାଇଥିବା ମୋ ସ୍କୁଲ କମିଟି ଅଭିଯୋଗ କରୁଛନ୍ତି । ସୌନ୍ଦର୍ଯ୍ୟିକରଣ ପାଇଁ ତିଆରି ବାଡ ଫାଟି ଗଲାଣି । ଏହିପରି ନିମ୍ନମାନର କାମକରି ଟଙ୍କା ହଡପ ଉଦ୍ୟମ ହେଉଥିବା ବେଳେ ଦାୟିତ୍ୱରେ ଥିବା ଯନ୍ତ୍ରୀ ମଧ୍ୟ ତାଗିଦ ନକରି ଠିକାଦାରଙ୍କୁ ସହଯୋଗ କରୁଥିବା ଅଭିଯୋଗ ହେଉଛି । ମୋ ସ୍କୁଲ କମିଟି ପ୍ରକାଶ କରନ୍ତି ଯେ, ରାଜ୍ୟ ସରକାରଙ୍କ ଏହି ମହତ ଯୋଜନାକୁ ସରକାରୀ ଅଧିକାରୀ ତଥା ଲାଭଖୋର ଠିକାଦାରମାନେ ମିଶି ଟଂକା ହଡପ କରୁଛନ୍ତି । ଏହାର ଉପଯୁକ୍ତ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରଶାସନ ପାଖରେ ଦାବୀ କରିଛନ୍ତି ।