jsm

ଶିକ୍ଷା ବିଭାଗ କାର୍ଯ୍ୟାଳୟରୁ ଚୋରୀ ଅଭିଯୋଗ

csstore

ସଇଁତଲା, (ପ୍ରମୋଦ ସେଲମା) : ଗତ ଗୁରୁବାର ରାତ୍ରିରେ କିଛି ଦୁର୍ବୁତ୍ତ ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅଧୀନରେ ଥିବା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପରିସରରୁ କବାଟ ଭାଙ୍ଗି ଭିତରେ ପଶି ଚୋରୀ କରିଥିବା ସଇଁତଲା ଥାନା ଅତିରିକ୍ତ ଶିକ୍ଷା ଅଧିକାରୀ ନାରାୟଣ ଭୋଇ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ସଇଁତଲା ପୋଲିସ ଘଟଣାସ୍ଥଳକୁ ପହଂଚି ଖୋଡ଼ତାଳ ଆରମ୍ଭ କରୁଛି । ପ୍ରକାଶ ଯେ, ଗତ ଗୁରୁବାର ବିଳମ୍ବିତ ରାତ୍ରିରେ କିଛି ଦୁର୍ବୁତ୍ତମାନେ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପଛ ପଟୁ କବାଟ ଭାଙ୍ଗି ପ୍ରବେଶ କରିଥିଲେ । ଅଫିସରେ ଥିବା କମ୍ପୁଟର ମନିଟର ଚୋରୀ ହୋଇଥିବା ସହ ଆଲମାରୀକୁ ମଧ୍ୟ ଖୋଲାଯାଇ ଚାବିକୁ ଫୋପାଡ଼ି ଦେଇଥିବା ଦେଖିବା ମିଳିଥିଲା । ଏହା ସହିତ ବିଭାଗୀୟ ଅଧିକାରୀମାନେ ଆଉ କିଛି ଚୋରି ହୋଇଥାଇ ପାରେ ବୋଲି ଅନୁମାନ ଚଲାଇଛନ୍ତି । ଖବର ପାଇ ସଇଁତଲା ଏସ୍‌ଆଇ ସଂଗୀତା ବେକ, ଏଏସ୍‌ଆଇ ଥବିର ମହାରଣା ଓ ଟାଉନ ହାବିଲଦାର ଭୁବନେଶ୍ୱର ଭୋଇ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ପୋଲିସ ଦୁର୍ବୁତ୍ତମାନଙ୍କର ପତ୍ତା ପାଇ ପାରିନାହିଁ ।

yuvodaya
Leave A Reply

Your email address will not be published.