pakka

ତେଲେଙ୍ଗାନାରେ ଓଡ଼ିଆ ଶ୍ରମିକଙ୍କୁ ଅକଥନୀୟ ଅତ୍ୟାଚାର ଅଭିଯୋଗ

bbehera
  • ମାଡ଼ ସହି ନ ପାରି ଆତ୍ମହତ୍ୟା ଉଦ୍ୟମ କଲେ ଝାରବନ୍ଧ ବ୍ଲକର ଯୁବକ, ଅନ୍ୟମାନଙ୍କୁ ସାହସିକତା ସହ ଉଦ୍ଧାର କଲେ ଟ୍ୱିଟର ଗାର୍ଲ ଦୀପା

ପଦ୍ମପୁର, (ନିରୋଜ କୁମାର ପାଣୀ) : ତେଲେଙ୍ଗାନା ରାଜ୍ୟରେ ପ୍ରବାସୀ ଓଡିଆମାନଙ୍କୁ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ପେଦାପଲ୍ଲୀ ଅଞ୍ଚଳରେ । ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକର ଜଣେ ପ୍ରବାସୀ ଶ୍ରମିକଙ୍କୁ ଇଟାଭାଟି ମାଲିକଙ୍କ ଦ୍ୱାରା ଅତ୍ୟଧିକ ମାଡ଼ ମରାଯିବା ଯୋଗୁଁ ଟ୍ରାନ୍ସଫର୍ମର ଉପରକୁ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଯାହାଯୋଗୁଁ ସେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ବିଲାସପୁର ଅଞ୍ଚଳର କିଛି ପ୍ରବାସୀ ଶ୍ରମିକ ଗତବର୍ଷ ସେପ୍ଟେମ୍ବର ମାସରେ ତେଲେଙ୍ଗାନା ରାଜ୍ୟ ପେଦାପଲ୍ଲୀ ଜିଲ୍ଲା ହନୁମାନପେଟ ଅଂଚଳରେ କାମ କରିବାକୁ ଯାଇଥିଲେ । ପ୍ରଥମେ ସେମାନେ ଦାଦନ ସର୍ଦ୍ଦାରଙ୍କ ମାଧ୍ୟମରେ ଇଟାଭାଟି ମାଲିକଙ୍କଠାରୁ ଜଣପିଛା ୪୦ ହଜାର ଟଙ୍କା ଲେଖାଏଁ ଅଗ୍ରୀମ ଟଙ୍କା ନେଇ ତେଲେଙ୍ଗାନା ପ୍ରଥମ ଥର ପାଇଁ ଯାଇଥିଲେ । କିଛି ଦିନ ଭଲ ଭାବରେ କାମ କରିବା ପରେ ନିର୍ୟାତନା ଆରମ୍ଭ ହୋଇଯାଇଥିଲା । ଶ୍ରମିକଙ୍କ କହିବା ଅନୁଯାୟୀ ଦୈନିକ କେବଳ ୪ ଘଣ୍ଟା ବିଶ୍ରାମ ଦେବା ସହ ଅନବରତ କାମ କରିବା ପାଇଁ ଭାଟି ମାଲିକ ବାଧ୍ୟ କରି ଆସୁଥିଲା । ବିଭିନ୍ନ ରୋଗ ହେଲେ ମଧ୍ୟ ଶ୍ରମିକଙ୍କ ପାଇଁ କୌଣସି ପ୍ରକାର ସହାୟତା କରିନାହାନ୍ତି ଇଟାଭାଟି ମାଲିକ ବୋଲି ଅଭିଯୋଗ ହୋଇଛି । ଏହି ସବୁ ନିର୍ୟାତନାର ଶିକାର ହେବା ପରେ ଝାରବନ୍ଧ ଥାନାରେ ତାଙ୍କ ପରିବାର ଲୋକେ ଗତ ୪ ତାରିଖରେ ଅଭିଯୋଗ କରିଥିଲେ, ସେମାନେ କୌଣସି ପ୍ରକାର ସହାୟତା ଯୋଗାଇ ନ ଥିବାରୁ ବାଧ୍ୟ ହୋଇ ପାଇକମାଲ ଅଂଚଳର ସାମାଜିକ କର୍ମୀ ଦୀପା ବାରିକଙ୍କୁ ଯୋଗାଯୋଗ କରିଥିଲେ । ଦୀପା ସେମାନଙ୍କ ଦୁଃଖ ଶୁଣିବା ପରେ ଘଟଣାକୁ ନିଜେ ବୁଝିଥିଲେ । ସେ ବରଗଡ଼ ଆରକ୍ଷୀ ଅଧିକ୍ଷକ ତଥା ଝାରବନ୍ଧ ପୋଲିସକୁ ଯୋଗାଯୋଗ କରିଥିଲେ କିନ୍ତୁ ତାଙ୍କ ତରଫରୁ କୌଣସି ସାହାଯ୍ୟ ପାଇନଥିବା କହିଛନ୍ତି । ଜଣେ ପ୍ରବାସୀ ଶ୍ରମିକଙ୍କୁ ଅତ୍ୟଧିକ ମାଡ଼ ମରାଯିବା ଯୋଗୁଁ ଟ୍ରାନ୍ସଫର୍ମର ଉପରକୁ ଚଢି ଆତ୍ମହତ୍ୟା ଉଦ୍ୟମ କରିବାକୁ ଚେଷ୍ଟା କରିଥିଲେ ଯାହାଯୋଗୁଁ ସେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଇଛନ୍ତି । ଏହାପରେ ଦୀପା ତେଲେଙ୍ଗାନା ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ସେଠାରୁ ସ୍ଥାନୀୟ ପେଦାପଲ୍ଲୀ ପୋଲିସ ଥାନାକୁ ନିର୍ଦେଶ ଦେଲା ପରେ ୨୧ ତାରିଖ ରାତି ୧୧ଟା ସମୟରେ ଏକ ଦଳ ଯାଇ ସେମାନଙ୍କ ଦୁଃଖ ବୁଝିଥିଲେ ଏବଂ ରାତାରାତି ଶ୍ରମିକଙ୍କ ପାଇଁ ଓଡ଼ିଶା ଫେରିବାର ବ୍ୟବସ୍ଥା କରିଥିଲେ । ଖବର ଲେଖାଯିବା ପର୍ଯ୍ୟନ୍ତ ପ୍ରବାସୀ ଶ୍ରମିକମାନେ ପେଦାପଲ୍ଲୀ ରେଳ ଷ୍ଟେସନରୁ ବସି ଓଡିଶା ଅଭିମୁଖେ ଯାତ୍ରା କରୁଛନ୍ତି ।ଆହତ ବ୍ୟକ୍ତି ଜଣକ ବର୍ତ୍ତମାନ ତେଲେଙ୍ଗାନା ରାଜ୍ୟର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଦୀପାଙ୍କ ଏହି ସାହାସିକତା ପୂର୍ଣ୍ଣ କାର୍ଯ୍ୟ ଯୋଗୁଁ କ୍ରୁର ଇଟାଭାଟି ମାଲିକଙ୍କଠାରୁ ମିଳୁଥିବା ନିର୍ୟାତନାରୁ ମୁକ୍ତ ହୋଇଛନ୍ତି ଉକ୍ତ ପ୍ରବାସୀ ଶ୍ରମିକମାନେ ତେଣୁ ତାଙ୍କୁ ଭୁୟସୀ ପ୍ରଶଂସା କରିଛନ୍ତି ଝାରବନ୍ଧ ଅଂଚଳବାସୀ ।

jay balangir
Leave A Reply

Your email address will not be published.

2 × 2 =