
ସଦରବ୍ଲକ, (ରାଜେଶ ଦଣ୍ଡସେନା) : ଗାନ୍ଧୀ ଜୟନ୍ତୀ ଅବସରରେ ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ଶିବତଲା ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଓ ମେଗା ସଫେଇ ଅଭିଯାନ ହୋଇଥିଲା । ଏହି ସଫେଇ ଅଭିଯାନକୁ ଶିବତଲା ସେବାଶାନ୍ତି ସଂଗଠନର କର୍ମକର୍ତ୍ତା ଓ ଗ୍ରାମବାସୀଙ୍କର ମିଳିତ ଉଦ୍ୟମରେ ସଫଳ ହୋଇଥିଲା । ଦୀର୍ଘ ଚାରି ଦିନ ବ୍ୟାପି ଗ୍ରାମର ଅନେକ ମହିଳା ଏସ୍ଏଚ୍ଜି ସଂଗଠନ, ଅଂଗନବାଡିକର୍ମୀ, ସ୍ୱାସ୍ଥ୍ୟ କର୍ମୀ, ଗ୍ରାମର ଭଦ୍ରବ୍ୟକ୍ତି ଓ ଜନସାଧାରଣଙ୍କର ଉଦ୍ୟମରେ ଗ୍ରାମର ଆବର୍ଜନା ଓ ବର୍ଜ୍ୟବସ୍ତୁ ରାସ୍ତାଘାଟ ସବୁ ସଫା କରିଥିଲେ । ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉତ୍ସବରେ ଆଜିର ଦିନରେ ତାଙ୍କର ସ୍ୱପ୍ନ ସ୍ୱଚ୍ଛ ଭାରତ ମିଶନକୁ ସାକାର କରିବା ପାଇଁ ସମସ୍ତେ ଶପଥ ପାଠ କରିଥିଲେ । ଆଗାମୀ ଦିନରେ ଯେମିତି ଗ୍ରାମଟି ସବୁବେଳେ ସଫା ସୁତୁରା ହୋଇରହିବ ସେଥିପାଇଁ ଯତ୍ନଶୀଳ ହେବା ପାଇଁ ଅତିଥି ବୃନ୍ଦ ନିଜ ଭାଷଣରେ ଅଭିମତ ରଖିଥିଲେ । ଉକ୍ତ ଉତ୍ସବରେ ଶହଶହ ପୁରୁଷ ମହିଳା, ଛାତ୍ରଛାତ୍ରୀ ଉପସ୍ଥିତ ହୋଇଥିଲେ । ଏହି ଉତ୍ସବରେ ପ୍ରଥମେ ଗ୍ରାମରେ ପଦଯାତ୍ରା କରି ସଫେଇ ପାଇଁ ଜନସଚେତନତା କରାଯାଇଥିଲା ଓ ପଞ୍ଚାୟତ ଅଫିସ ପାଖରେ ଏକ ସଭା କରାଯାଇଥିଲା । ନାଚଗୀତ ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀମାନେ ସଚେତନତା ବାର୍ତ୍ତା ଦେଇଥିଲେ । ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଡିଡବ୍ଲ୍ୟୁଓ ଦାମୋଦର ବିଶ୍ୱାଳ, ବ୍ଲକ ଅଧ୍ୟକ୍ଷା ସରିତା ବାଗ, ବ୍ଲକ ଜେଇ, ମୁଖ୍ୟବକ୍ତା ପୂର୍ବତନ ସରପଞ୍ଚ ବାଳକୃଷ୍ଣ ବେହେରା, ସରପଞ୍ଚ ଶୁଭଶାନ୍ତି ମାଝି, ନାଏବ ସରପଞ୍ଚ ନିରଞ୍ଜନ ମେହେର, ଗ୍ରାମର ସଭାପତି ଛବିଳ ପୂଜାରୀ, ସମାଜସେବୀ ଶାନ୍ତନୁ ରଣା, ଏଇଓ ଆଦେଶ ମିଶ୍ର, ଶିବତଲା ଆର୍ଆଇ, ସୋସାଇଟି ସଭାପତି ପ୍ରଦ୍ୟୁମ୍ନ ହୋତା ପ୍ରମୁଖ ମଞ୍ଚାସୀନ ଥିବାବେଳେ ସେବାଶାନ୍ତି ସଂଗଠନର ସଭାପତି ଭୋଜରାଜ ବେହେରା, ସଂପାଦକ ମଧୁ ପୁଟେଲ, ନବୀନ ସାହୁ, କୁନା ବେହେରା, ତ୍ରିଲୋଚନ ମଲ୍ଲିକ, ହେମସାଗର ମଲ୍ଲିକ, ନିତାଇ ସାହୁ, ଗୋଲାପ ସାହୁ, କେଦାର ଧରୁଆ, ରମେଶ ମେହେର, ସରୋଜ ପଶାୟତ ଆହୁରି ଅନେକ ସଭ୍ୟ ସଭାକୁ ଆୟୋଜିତ କରିଥିଲେ । ସଭା ପରିଚାଳନା କରିଥିଲେ ହୋଲିଶ୍ୱର ଧରୁଆ ଓ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ବିବେକାନନ୍ଦ ପ୍ରଧାନ ।