jsm

ସୋନପୁର ବ୍ଳକ ପକ୍ଷରୁ ଭୀମଭୋଇ ଖଲିଆପାଲି ଠାରେ ସ୍ୱଚ୍ଛତା ଅଭିଯାନ

csstore

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଶା ସରକାରଙ୍କ ଓଡ଼ିଆ ପକ୍ଷ ପାଳନ ଅବସରରେ ଷଷ୍ଠ ଦିନରେ ଦେବାଳୟ ଓ ଐତିହ୍ୟସ୍ଥଳୀ ଗୁଡିକର ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିବା ବେଳେ ସୋନପୁର ବ୍ଲକ ପକ୍ଷରୁ ଭୀମଭୋଇଙ୍କ ସମାଧି ପୀଠ ମହିମା ଖଲିଆପାଲି ଠାରେ ସାମୁହିକ ସଫେଇ ଅଭିଯାନ କରାଯାଇଥିଲା । ସୋନପୁର ବିଡିଓ ଶ୍ରୀ ପ୍ରତୀକ କରଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଡ଼ବ୍ଲୁଇଓ ସୌରଭ ଦାନୀ, ବିଆର୍‌ସି ବିବେକା ନନ୍ଦ ପଣ୍ଡା, ଜିପିଡିଓ ନନ୍ଦ କିଶୋର ରାଉତ, ଏଇ ସରୋଜ ଦୋରା, ପିଇଓ ଅଞ୍ଜଳି ପାଣିଗ୍ରାହୀ, ସଦାଶିବ ଧରୁଆ, ଏସ୍‌ଆର୍‌ଏ ଅରବିନ୍ଦ ବାରିକ, ଜେଆର୍‌ଏ ଅମରଜିତ୍ ସାହୁ, ସରପଞ୍ଚ ପ୍ରତିନିଧି ସାନୁର୍ଜ, ସମିତି ସଭ୍ୟ ପ୍ରତିନିଧି ସମୀର ବେହେରାଙ୍କ ସମେତ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା, ସ୍ୱେଚ୍ଛାସେବୀ ପ୍ରମୁଖ ଗ୍ରାମବାସୀମାନେ ସାମିଲ ହୋଇଥିଲେ । ନିଜ ଘର, ସାହି, ଗାଁ, ସହର, ମନ୍ଦିର ପରିବେଶକୁ ସ୍ୱଚ୍ଛତା ଓ ସୁରକ୍ଷା ରଖି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହାର ମୂଳ ଲକ୍ଷ୍ୟ ବୋଲି ବିଡିଓ ଶ୍ରୀ କର ସ୍ୱେଚ୍ଛାସେବୀ ତଥା ଗ୍ରାମବାସୀଙ୍କୁ ବୁଝାଇଥିଲେ ।

yuvodaya
Leave A Reply

Your email address will not be published.