pakka

ତାଳୁକ ଆଇନ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଅଭିଯାନ

bbehera

କୋକସରା : ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନ କରିବାକୁ ତାଳୁକ ଆଇନ ସେବା ପ୍ରାଧିକରଣ କୋକସରା ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋକସରା ଜେଏମଏଫସି କୋର୍ଟର ମାଜିଷ୍ଟ୍ରେଟ ତଥା ତାଳୁକ ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ୍ୟା ଶ୍ରୀମତୀ ରିତିକା ଜେନାଙ୍କ ତତ୍ତ୍ୱାବଧାନରେ ପାଳିତ ହୋଇଥିବା ବେଳେ ଏହି ସଚେତନତା କାର୍ଯ୍ୟକ୍ରମରେ ଡିଗ୍ରୀ ମହାବିଦ୍ୟାଳୟର ଏନସିସି ଛାତ୍ରଛାତ୍ରୀ, ପୋଲିସ କର୍ମଚାରୀ ଓ କୋକସରା କୋର୍ଟର କାର୍ଯ୍ୟରତ ଆଇନଜୀବୀମାନେ ସାମିଲ ହୋଇଥିଲେ । ଏଥିସହ କୋକସରା ସହର ପରିକ୍ରମା କରି ଲୋକଙ୍କୁ ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନ କରି ଗାଡ଼ି ମୋଟର ଚଳାଇବା ପାଇଁ ସଚେତନ କରିଛନ୍ତି । କାର୍ଯ୍ୟକ୍ରମରେ କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ, ଏନସିସି କ୍ୟାପଟେନ ଅଶ୍ୱିନୀ କୁମାର ପଟ୍ଟନାୟକ, ଆଇନଜୀବୀ ଲଖିଧର ମେହେର, ଲକ୍ଷ୍ମୀକାନ୍ତ ଖମାରି, ପି.ପି ଅଜିତ ପଟ୍ଟନାୟକ, ପ୍ରେମଲାଲ ସିଂ, ଜଗା ପଟ୍ଟନାୟକ, ସୁଜିତ ପଟ୍ଟନାୟକ ଓ କୋର୍ଟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

15 + 18 =

error: Content is protected !!