pakka

ବୀରମହାରାଜପୁର ବ୍ଲକସ୍ତରୀୟ ଜେଆରସି ସଚେତନତା ଅଭିଯାନ

bbehera

ସୁବଲୟା, (କେପିଏନ୍‌ଏସ୍‌) : ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସରକାରୀ ଅପଗ୍ରେଡେଡ ହାଇସ୍କୁଲ, ପିତାମହୁଲ ପ୍ରାଙ୍ଗଣରେ ଏକ ଦିବସୀୟ ବ୍ଲକସ୍ତରୀୟ ଜୁନିଅର ରେଡକ୍ରସ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଂଚ ଆକସ୍ମିକା ବଢେଇ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗଦେଇ ରେଡକ୍ରସ ପତାକା ଉତ୍ତୋଳନ କରି ଅଭିଯାନକୁ ଉଦ୍‌ଘାଟନ କରିଥିଲେ । ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସାନ୍ତନୁ କୁମ୍ଭକାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜୁନିଅର ରେଡକ୍ରସର ମାନବୀୟ ସେବାରେ ସମସ୍ତ ପରାମର୍ଶଦାତାମାନେ ଉଦ୍‌ବୁଦ୍ଧ ହେବାକୁ ମତବ୍ୟକ୍ତ କରିଥିଲେ । ଆୟୋଜିତ ହୋଇଥିବା ଭବ୍ୟ ସଭାରେ ପିତାମହୁଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମଂଜୁଲତା ଜଗଦଲା ଅଧ୍ୟକ୍ଷତା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ସାଧନକର୍ମୀ ଚନ୍ଦ୍ରମଣି ବାଘ ପରିଚାଳନା କରିଥିଲେ । ବୀରମହାରାଜପୁର ନୋଡାଲ ହାଇସ୍କୁର ପ୍ରଧାନ ଶିକ୍ଷକ ନିରଂଜନ ଦାଶ ଏବଂ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଆଗାମୀ ଦିନରେ ବ୍ଲକ ତଥା ଜିଲ୍ଲାର ସମସ୍ତ ହାଇସ୍କୁଲ ଏବଂ ଅପର ପ୍ରାଇମେରୀ ସ୍କୁଲରେ ୬ଷ୍ଠ ଶ୍ରେଣୀରୁ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱବ୍ୟାପୀ ସେବା ସଂଗଠନ ରେଡକ୍ରସର ସପ୍ତନୀତିରେ ଉଦ୍‌ବୁଦ୍ଧ କରାଯିବ ଏବଂ ସେମାନେ କିଭଳି ଭବିଷ୍ୟତରେ ସ୍ୱେଚ୍ଛାକୃତ ଭାବରେ ମାନବୀୟ ସେବା ପ୍ରଦାନ କରିବାରେ ଦକ୍ଷ ହେବେ ସେ ଦିଗରେ ଜୁନିଅର ରେଡକ୍ରସ କାର୍ଯ୍ୟ ସଂପାଦନ କରିବାକୁ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ୨୨ଟି ହାଇସ୍କୁଲର ଜୁନିଅର ରେଡକ୍ରସ ପରାମର୍ଶଦାତା ମାନେ ଅଭିଯାନରେ ଯୋଗ ଦେଇଥିଲେ । ସାଧନକର୍ମୀ ଚନ୍ଦ୍ରମଣି ବାଘ, ବଳରାମ ପୁରୋହିତ, ଆଶିଷ ନାଏକ ପ୍ରମୁଖ ରେଡକ୍ରସର ଆନ୍ଦୋଳନ, ଜୁନିଅର ରେଡକ୍ରସର ସେବାମୂଳକ କାର୍ଯ୍ୟକ୍ରମ, ପ୍ରାଥମିକ ଚିକିତ୍ସା, ସଡକ ସୁରକ୍ଷା ସଂପର୍କିତ ରକ୍ଷକ ଯୋଜନାର ଉପଯୋଗିତା ବିଷୟରେ ଶିବିରାର୍ଥୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ବିଚିତ୍ରା ନନ୍ଦ ମଲ୍ଲିକ, କ୍ଷୀରେଶ୍ୱର ବାରିକ, ମଧୁସୁଦନ ନାଏକ, କାର୍ତ୍ତିକ ମଲ୍ଲିକ, ଆଲୋକ ପଧାନ, ସୌମ୍ୟ ରଂଜନ ପଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ହେମନ୍ତ ସେଠି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

nineteen + thirteen =