ଶିକ୍ଷୟତ୍ରୀ ପ୍ରତିଭାରାଣୀ ବାଗଙ୍କ ଅବସର ଗ୍ରହଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ମୁରସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରତିଭାରାଣୀ ବାଗ ମଙ୍ଗଳବାର ଦିନ ଚାକରିରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ପ୍ରଧାନ ଶିକ୍ଷକ ବିଶ୍ୱନାଥ ବୁଦ୍ଧିଆ ସଭାପତିତ୍ୱ କରିଥିବା ବେଳେ ଗୋ‌ଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ, ମୁଖ୍ୟ ଅତିଥି ଓ ଏବିଇଓ ଅଜିତ ମିଶ୍ର, ଲୋଚନ ଛତ୍ରିଆ, ସୁରଧନୁ ହାଇସ୍କୁଲ କୁତୁର୍ଲା ପ୍ରଧାନ ଶିକ୍ଷକ ଦିଲିପ ସାହୁ, ଶିକ୍ଷକ ନେତା ଗିରିଶ ଚନ୍ଦ୍ର ପଣ୍ଡା, କୈଳାଶ କର୍ତ୍ତି, ସୁଶାନ୍ତ ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସ୍କୁଲ ପରିଚାଳନା କମିଟିର ସଭାପତି ରମେଶ ପଧାନ, ଶିକ୍ଷକ ପଦ୍ମଲୋଚନ ସୁନା, ସୁଚରିତା ପୁରୋହିତ, ସୂର୍ଯ୍ୟସ୍ମିତା ଶୁକ୍ଳ ସହ କ୍ଲଷ୍ଟର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ । ଶ୍ରୀମତୀ ବା‌ଗ ଜଣେ ଦାୟିତ୍ୱବାନ ଶିକ୍ଷୟତ୍ରୀ ବୋଲି ବିଇଓ ଭୂୟସୀ ପ୍ରଶଂସା କରିଥିଲେ । ସୂଚନା ଯୋଗ୍ୟ ଯେ, ଶ୍ରୀମତୀ ବାଗ ଦୀର୍ଘ ୨୬ବର୍ଷ ହେଲା ମୁରସିଂ ସ୍କୁଲରେ ଶିକ୍ଷକତା କରି ଜଣେ ଉତ୍ତମ ଶିକ୍ଷୟତ୍ରୀ ସହ ଛାତ୍ର ବତ୍ସଳ ଶିକ୍ଷୟତ୍ରୀ ଭାବେ ବେଶ ଜଣାଶୁଣା ଥିଲେ । ସେ ଅବସର ନେବା ପରେ ମୁରସିଂ ଅବିଭାବକମାନେ ଶ୍ରୀମତୀ ବାଗଙ୍କୁ ଧନ୍ୟବାଦ ଦେବା ସହ ନୀରାମୟ ଜୀବନ ଯାପନ ପାଇଁ ଈଶ୍ୱରଙ୍କ ଠାରେ ପ୍ରାର୍ଥନା କରିଥିଲେ ।

Leave A Reply

Your email address will not be published.