ବେଆଇନ ଭାବେ ଅପମିଶ୍ରିତ ମଦ କାରବାର ବୃଦ୍ଧି ଯୋଗୁଁ ଦେଓଗାଁରେ ଅବକାରୀ ଥାନା ପ୍ରତିଷ୍ଠା ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ୫୩ ବର୍ଷ ହେଲା ଦେଓଗାଁ ବ୍ଳକ ଅନ୍ତର୍ଗତ ଗାଁ ଗୁଡ଼ିକ ତୁଷୁରା ଅବକାରୀ ଥାନା ଅଧିନରେ ରହିଅଛି । ଜାତୀୟ ରାଜପଥ, ଭାଟି ସଂଖ୍ୟା ଅଧିକ ଓ ଅପମିଶ୍ରିତ ମଦ କାରବାର କ୍ରମାଗତ ଭାବେ ବଢ଼ୁଥିବାରୁ ଦେଓଗାଁରେ ଅବକାରୀ ଥାନା ପ୍ରତି‌ଷ୍ଠା ପାଇଁ ବାରମ୍ବାର ଦାବୀ ହେଉଛି। ବର୍ଷେ ପୂର୍ବରୁ ତୁଷୁରା ଥାନା ଅଧିନରେ ତୁଷରା ତହସିଲ, ଦେଓଗାଁ ତହସିଲ ଓ ସଇଁନ୍ତଲା ତହସିଲର ସମସ୍ତ ଗାଁ ଥିଲା । ୩ଟି ତହସିଲର ପ୍ରାୟ ସାଢ଼େ ୩ଶହ ଗାଁ ହେବାରୁ ବେଆଇନ ମଦ କାରବାରକୁ ରୋକିବାର ଅବକାରୀ ବିଭାଗ ବିଫଳ ହୋଇଥିଲେ । ଯାହାଦ୍ବାରା ପ୍ରତ୍ୟେକ ଗାଁକୁ ସ୍ବିକୃତୀ ପ୍ରାପ୍ତ ମଦଭାଟିରୁ ଅପମିଶ୍ରିତ ମଦ ଓ ଖୋଲାମଦ ଚୋରା ଚାଲାଣ ହେବା ସହ ଜିଳ୍ଲା ବାହାରରୁ ଅପମିଶ୍ରିତ ମଦ ଆସି ଯୁବଗୋଷ୍ଠିଙ୍କୁ ବରବାଦ କରିଆସୁଛି । ଇତି ମଧ୍ୟରେ ସଇଁନ୍ତଲା ତହସିଲ ଅଧିନରେ ଥିବା ଗାଁକୁ ବାଦ ଦେଇଥିବା ଜଣାପଡ଼ିଛି । ବର୍ତ୍ତମାନ ତୁଷରା ଅବକାରୀ ଥାନା ଅଧିନରେ ସ୍ବିକୃତି ପ୍ରାପ୍ତ ୭ଟି ମଦ ଭାଟିି, ଗୋଟିଏ ଶାଖା ଭାଟି ଓ ଗୋଟିଏ ଅଫସବ ଯଥା ତୁଷୁରା, ଜାମୁଟ, ସାରସବାହାଲ, ବନ୍ଧପଡ଼ା, ଘୁଡ଼ଖାପଲା, ଭୁତିଆରବାହାଲ, ଶିରାବାହାଲ ଓ ଦେଉଲଗୁଡ଼ି(ଶାଖା) ଓ ତୁଷରା ଅଫ ଅଛି । ତନ ମଧ୍ୟରୁ ଦେଓଗାଁ ବ୍ଳକ ଅଞ୍ଚଳରେ ସାରସବାହାଲ, ବନ୍ଧପଡ଼ା ଓ ଘୁଡ଼ଖାପଲା ୩ଟି ଭାଟି ଓ ବଲାଙ୍ଗିର ସଦର ବ୍ଳକ ତଥା ଦେଓଗାଁ ଥାନା ଅଧିନରେ ଥିବା ଭୁତିଆରବାହାଲରେ ମଦ ଭାଟି ଅଛି । ଏହି ମଦ କାରବାରକୁ ତଦାରଖ କରିବା ପାଇଁ ତୁଷୁରା ଅବକାରୀ ଥାନାରେ ଜଣେ ଇନିସପେକ୍ଟର, ଜଣେ ସବଇନିସ ପେକ୍ସର, ଜଣେ ଏଏସଆଇ ଓ ୩ଜଣ କନଷ୍ଟଲ ପଦବି ଥିବା ବେଳେ କେବଳ ଗୋଟିଏ କନଷ୍ଟବଲ ପଦବିରେ କାମ ଚଳାଯାଉଛି ।

ବର୍ତ୍ତମାନ ଦେଓଗାଁ ଥାନା ଅଧୀନସ୍ଥ ଗ୍ରାମାଞ୍ଚଳରେ ବୃଦ୍ଧି ପାଉଛି ବେଆଇନ ଦେଶୀ ମଦ କାରବାର । କୁଚିଆ ମଦ ବିକ୍ରିକୁ ନେଇ ଗାଁ ଗାଁରେ ଅସନ୍ତୋଷ ବଢ଼ିବାରେ ଲାଗିଛି । କରୋନା ଯୋଗୁଁ ସରକାରଙ୍କ ଦ୍ଵାରା ଲାଗି ହୋଇଥିବା ଲକଡାଉନ, ସଟଡାଉନ୍ ଯୋଗୁଁ ସରକାରୀ ମଦ ଭାଟି ବନ୍ଦ ହେବା ପରେ ଗ୍ରାମାଞ୍ଚଳରେ ବୃଦ୍ଧି ପାଇଥିଲା ରନ୍ଧା ମଦ କାରବାର । ଏବେ ଭାଟିଗୁଡ଼ିକ ଖୋଲିବା ପରେ ରନ୍ଧା ମଦ ସହ ପ୍ରାୟତଃ ସମସ୍ତ ଗାଁରେ ଅସାମାଜିକ ଲୋକମାନେ ଛୋଟ ଛୋଟ କୁଡିଆ କରି କୁଚିଆ ଭାବେ ମଦ ବିକ୍ରି କରୁଛନ୍ତି । ସନ୍ଧ୍ୟା ହେଲେ ଗାଁ ଗାଁରେ ଜମୁଛି ମଦର ଆସର। ବିଶେଷ କରି ହାଟ, ବନ୍ଧାଆଡି, ଖେଳ ପଡିଆ, ଗାଁ ମୁଣ୍ଡରେ ନିଛାଟିଆ ସ୍ଥାନରେ ଖୋଲା ଖୋଲି ଭାବରେ ହେଉଛି ନିଶା କାରବାର।

ସୂଚନା ଯୋଗ୍ୟ ଯେ, ଦେଓଗାଁ ବ୍ଳକ ଅଞ୍ଚଳରେ ବେଆଇନ ମଦ କାରବାର ବୃଦ୍ଦି ପାଉଛି । ସରକାରୀ ନିୟମ ଅନୁସାରେ କେବଳ ସ୍ବିକୃତୀ ପ୍ରାପ୍ତ ମଦ ଦୋକାନରେ ମଦ ବିକ୍ରୟ ହୋଇପାରିବ । ମଦ ଭାଟିରୁ ୧୮ ବର୍ଷରୁ କମ ଓ ୬୦ ବର୍ଷରୁ ଅଧିକ କୌଣସି ବ୍ୟକ୍ତି ମଦ କିଣିପାରିବେ ନାହିଁ । ଜଣ ପ୍ରତି ୪ଟିରୁ ଅଧିକ ପାଉଚ ମଦ ଦିଆଯିବ ନାହିଁ । ସକାଳ ସାଢ଼େ ୧୦ଟା ପୂର୍ବରୁ ଓ ରାତି ସାଢ଼େ ୧୦ଟା ପରେ ମଦଭାଟି ନିଶ୍ଚିତ ବନ୍ଦ ରହିବ ବୋଲି ନିୟମ ଥିବା ବେଳେ ୨୪ଘଣ୍ଟା ମଦ ଭାଟି ଖୋଲା । ଅଳ୍ପ ବୟସର ପିଲାମାନେ ଓ କୁଚିଆମାନେ ପ୍ରତିଦିନ ଶହ ଶହ ଲିଟର ମଦ ପାଉଚ ଆଣୁ ଥିବାରୁ ବେଆଇନ ମଦ କାରବାରକୁ ନିୟନ୍ତ୍ରଣ କରିବାକୁ ଅବକାରୀ ଥାନା ପ୍ରତିଷ୍ଠା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.