ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ : ୧୫ ଲିଟର ଦେଶୀ ଓ ବିଦେଶୀ ମଦ ସହ ୨ଜଣ ଗିରଫ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ଉପରଝର ପଞ୍ଚାଯତ ଫଟାମୁଣ୍ଡା ଗାଁରେ ଚାଲୁଥିବା ବେଆଇନ ମଦ କାରବାର ଉପରେ ବଲାଙ୍ଗୀର ଅବକାରୀ ମୋବାଇଲ ୟୁନିଟ ଓ ତୁଷୁରା ଅବକାରୀ ବିଭାଗର ମିଳିତ ଭାବେ ଚଢ଼ାଉ କରି ଦୁଇ ଜଣକୁ ଗିରଫ କରି ୧୫ ଲିଟର ଦେଶୀ ଓ ବିଦେଶୀ ମଦକୁ ଜବତ କରିଛନ୍ତି । ଫଟାମୁଣ୍ଡା ଗାଁର ରାଜୀବ ପଟେଲ ଠାରୁ ୧୦ ଲିଟର ଖୋଲା ମଦ ମିଳିଥିବା ବେଳେ ଉପରଝର ଗାଁର ଧୁଲେଶ୍ବର ମାଝୀ ଠାରୁ ୧୧ ଟି ବିୟର ବୋତଲ ଜବତ କରାଯାଇଛି । ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ପ୍ରମୋଦ ପଣ୍ଡା, ଅରୁଣ ଯୋଶୀ, ଆରତୀ କିଷାନ ସାମିଲ ଥିଲେ ।

Leave A Reply

Your email address will not be published.