ଭାଟିପଡାରେ ଦେଖିବାକୁ ମିଳିଛି ବିଦ୍ୟୁତ୍ ବିଭାଗର ଅବହେଳା

ଟିଟିଲାଗଡ, (ଗୌରବ ଦର୍ଜୀ) : ସ୍ୱାଧୀନତା ର ୭୪ ବର୍ଷ ପରେ ବି ସହର ପାଖରେ ଥାଇ ମଧ୍ୟ କିଛିଟା ଗାଁକୁ ସରକାରଙ୍କ ଦୃଷ୍ଟି ପଡୁନାହିଁ । ନା ରାସ୍ତା ମରାମତି ନା ଗାଁକୁ ପାନୀୟ ଜଳ ସୁବିଧା ନା ବିଦ୍ୟୁତ୍ ବିତରଣରେ ନିୟମିତତା । ଖାଲି ଅବହେଳାରେ ଚାଲିଛି ସରକାର ଯେମିତି। ଏହିପରି ଏକ ଗାଁ ଭାଟିପଡା। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ଟିଟିଲାଗଡ ସହରରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ଭାଟିପଡ଼ା ଗାଁ । ଏହା ଏକ ରେଭେନ୍ୟୁ ଗାଁ । ଗାଁ ଲୋକ ଅଭିଯୋଗ କରନ୍ତି ଯେ, ଏଠାରେ ଲୋକେ ଭୋଟ ଦିଅନ୍ତି । ସରପଞ୍ଚ ଚୟନ କରନ୍ତି । ଆଶା ରଖନ୍ତି ଗାଁର କିଛି ଉନ୍ନତି ହେବ । କିନ୍ତୁ କାହିଁ ସେହି ଉନ୍ନତି । ଗାଁ ରାସ୍ତା ମରାମତି, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ସେବା, ଏହିପରି ବିଭିନ୍ନ ସମସ୍ୟା ରହିଛି । ଆପଣ ଦେଖିପାରିବେ ଏହାର ଟ୍ରାନ୍ସ୍‌ଫର୍‌ମର୍‌କୁ । ଏହି ଟ୍ରାନ୍ସ୍‌ଫର୍‌ମର୍‌ରୁ ଗାଁର ବିଭିନ୍ନ ସ୍ଥାନକୁ ବିଦ୍ୟୁତ୍ ଯୋଗାଇ ଦିଆଯାଇଛି । ସବୁବେଳେ ରହିଛି ଏହିଟ୍ରାନ୍ସ୍‌ଫର୍‌ମର୍‌ରେ ବିଜୁଳି । କିନ୍ତୁ ଆପଣ ଠିକ୍ ଦେଖି ପାରୁଥିବେ ଗଛ ଗୁଡ଼ିକ କେମିତି ଢାଙ୍କି ହୋଇ ରହିଛି । ଯଦି ଦୈବୀ ଦୁର୍ବିପାକରୁ କିଛି ଅଘଟଣ ଘଟେ, ତେବେ ଦାୟୀ କିଏ ହେବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଦ୍ୟୁତ୍ ବିଭାଗକୁ ଅନେକ ଥର ଏଥି ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ପାଖରେ ରହିଛି ବୋର୍ ୱେଲ, ଗଛ ଗୁଡ଼ିକରେ ଢାଙ୍କି ହୋଇ ରହିଛି ଟ୍ରାନ୍ସ୍‌ଫର୍‌ମର୍‌, ପାଖରେ ରହିଛି ଡିଏଭି ମହାବିଦ୍ୟାଳୟର ପ୍ରଫେସର କଲୋନୀ । ସେଠାରେ ରହୁଛନ୍ତି ଅନେକ ପରିବାର । ଗାଁ ଲୋକ ଯିବା ଆସିବା କରନ୍ତି ସେହି ରାସ୍ତାରେ । ଯଦି କୌଣସି ଅଘଟଣ ଘଟେ ତେବେ ଦାୟୀ କିଏ ହେବ ବୋଲି ଗ୍ରାମବାସୀଙ୍କ ପ୍ରଶ୍ନ ।

Leave A Reply

Your email address will not be published.