ହାଇକୋର୍ଟଙ୍କ ବଡ଼ ବୟାନ ଭିନ୍ନ ଧର୍ମରେ ବାହାଘରକୁ ନେଇ

ଲକ୍ଷ୍ନୌ : ଭିନ୍ନ ଧର୍ମରେ ହେଉଥିବା ବାହାଘରକୁ ନେଇ ବିତର୍କ ଚାଲିଥିବା ବେଳେ ଆହ୍ଲାବାଦ ହାଇକୋର୍ଟ ଏ ସଂକ୍ରାନ୍‌ନ୍ତରେ ଏକ ବଡ଼ ବୟାନ ଦେଇଛନ୍ତି । ଏଥିସହ ଜଣେ ମୁସଲିମ ବ୍ୟକ୍ତିଙ୍କ ବିରୋଧରେ ତାଙ୍କ ପତ୍ନୀଙ୍କ ପରିବାର ରୁଜୁ କରିଥିବା ଏଫଆଇଆରକୁ ମଧ୍ୟ କୋର୍ଟ ଖାରଜ କରିଦେଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗତବର୍ଷ ସଂପୃକ୍‌କ୍ତ ବ୍ୟକ୍ତିଙ୍କ ପତ୍ନୀ ହିନ୍ଦୁ ଧର୍ମ ଛାଡ଼ି ମୁସଲିମ ଧର୍ମ ଗ୍ରହଣ କରିଥିଲେ । ଏହା ବିରୋଧରେ ଝିଅ ଘର ଲୋକ ଏଫଆଇଆର କରିଥିଲେ । ହେଲେ କୋର୍ଟ ଆଜି ଏକ ଐତିହାସିକ ରାୟ କ୍ରମେ ଏଫଆଇଆରକୁ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଜଣେ ବ୍ୟକ୍ତିଙ୍କୁ ନିଜ ଇଚ୍ଛା ଅନୁସାରେ ଚୟନ ଓ ସମ୍ପର୍କ ସ୍ଥାପନ କରିବାର ଅଧିକାର ସମ୍ବିଧାନ ଦେଇଛି । କୋର୍ଟ ଯଦି ବ୍ୟକ୍ତିଗତ ସମ୍ପର୍କରେ ହସ୍ତକ୍ଷେପ କରିବ, ତା’ହେଲେ ଏହା ରାଇଟ୍‌ ଟୁ ଫ୍ରିଡମ ଅଫ ଚୟସର ବିରୋଧାଭାସ କରିବ ।

Leave A Reply

Your email address will not be published.