om academy

ମମିତା ମେହେର ହତ୍ୟା ଘଟଣା, ଗୃହ ମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲା ଆମ୍ ଆଦମୀ ପାର୍ଟି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଜଡିତ ଥିବାର ରାଜ୍ୟ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବା ଓ ଦୋଷୀମାନଙ୍କୁ ଦଣ୍ଡ ଦେବା ଦାବୀରେ ଆମ୍ ଆଦମୀ ପାର୍ଟି ବରଗଡ଼ ପକ୍ଷରୁ କ୍ୟାଣ୍ଡେଲ ଲାଇଟ ପ୍ରଦର୍ଶନ କରାଯାଇଛି । ଏଥିରେ ଜିଲ୍ଳା ଆବାହକ ଭବାନୀ ସାହୁ, ମରିୟମ ବାର୍ଲା, ଅସିତ ସାହୁ, ଗୋଲାପୀ ସୁନା ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଅପରପକ୍ଷରେ ବରଗଡ଼ରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ଆଗାମୀ ଦିନରେ ଯଦି ସୁଧୁରା ନଯାଏ ତା’ହେଲେ ଆମ୍ ଆଦମୀ ପାର୍ଟି ଆନ୍ଦୋଳନ ପନ୍ଥା ଗ୍ରହଣ କରିବେ ବୋଲି ଆପ୍‌ ଆବାହକ ଭବାନୀ ସାହୁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

4 + eighteen =