om academy

ଟି.ଗଣ୍ଡପାଲି ଠାରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଟି.ଗଣ୍ଡପାଲି ଠାରେ ଜୟଭାରତ ଆଇକନ ହେଲଥକେୟାର ଅନୁଷ୍ଠାନ ତରଫରୁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ସ୍ଥାନୀୟ ସରପଞ୍ଚ ପ୍ରଭାତି ମେହେର ଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ ତାଙ୍କ ସାଥୀରେ ଟିଗଣ୍ଡପାଲି ପଞ୍ଚାୟତ ନାଏବ ସରପଞ୍ଚ ଓ ସମସ୍ତ ୱାର୍ଡ ମେମ୍ବର ଉପସ୍ଥିତ ଥିଲେ । ଉକ୍ତ ଶିବିରରେ ଅଞ୍ଚଳର ବହୁ ଲୋକ ଯୋଗଦାନ କରି ମାଗଣା ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଡାକ୍ତର ସତ୍ୟବ୍ରତ ଚୌହାନ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଜୟଭାରତ ତରଫରୁ ବିଜେପୁରର ସ୍ୱାସ୍ଥ୍ୟ ମିତ୍ର ସୁଜାତା ହରିପାଲ ଶିବିର ସଂଚାଳନ କରିଥିବା ବେଳେ ରାଜ୍ୟ ପରାମର୍ଶଦାତା ଧର୍ମେନ୍ଦ୍ର ଦୀପ ଓ ରାଜକୁମାର ସାହୁ ଉପସ୍ଥିତ ଥିଲେ । ଆଗକୁ ମଧ୍ୟ ଜୟଭାରତ ତରଫରୁ ଅନେକ ଗୁଡ଼ିଏ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ତଥା ଅନ୍ୟାନ୍ୟ ଜନ ହିତକାରୀ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ରାଜ୍ୟ ପରାମର୍ଶଦାତା ଧର୍ମେନ୍ଦ୍ର ଦୀପ କହିଥିଲେ ।

Leave A Reply

Your email address will not be published.

1 × 5 =