ମୋ ଗାଆଁ ପୁସ୍ତକ ଉନ୍ମୋଚନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର କୁମାର ପୂର୍ଣ୍ଣିମା ଦିନ ବଲାଙ୍ଗିର ସାମ୍ବାଦିକ ଭବନରେ କବି ରାଜକୁମାର ମିଶ୍ରଙ୍କ ରଚିତ ତଥା ଯୋଗୀସର୍ଡା ଗ୍ରାମର ଜଣେ ବରପୁତ୍ର, ବରଗଡ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ତଥା ଅଧୂନା ରାଜ୍ୟ ସୂଚନା ଓ ଲୋକ ସମ୍ପକ ବିଭାଗର ନିର୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କ ଦ୍ୱାରା ପ୍ରକାଶିତ କବିତା ଗ୍ରନ୍ଥ ‘ମୋ ଗାଆଁ’ ଉନ୍ମୋଚିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଶିଷ୍ଟ ସମାଜସେବୀ ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥଲା । ମୁଖ୍ୟ ଅତିଥି ଭାବେ ସଙ୍ଗୀତ ବିଶାରଦ ଗୁରୁ ଡ. ଘାସିରାମ ମିଶ୍ର, ମୁଖ୍ୟବକ୍ତା ଭାବେ ନାଟ୍ୟକାର ଜଗଦାନନ୍ଦ ଛୁରିଆ, ସମ୍ମାନିତ ଅତିଥି ଭାବେ କବି ଭାଗରିଥି ମିଶ୍ର ଏବଂ କବି କ୍ଷିରୋଦ୍ର ଷଡଙ୍ଗୀ ମଞ୍ଚାସୀନ ହୋଇ ‘ମୋ ଗାଆଁ’
ପୁସ୍ତକ ଉପରେ ଆଲୋକପାତ କରି ପୁସ୍ତକର ଉପାଦେୟତା ସମ୍ପର୍କରେ ବର୍ଣ୍ଣନା କରିଥିଲେ । କବି ରାଜକୁମାର ମିଶ୍ର ନିଜେ ୫୨୦ ପୃଷା ବିଶିଷ୍ଠ ପୁସ୍ତକର ସଂପୂର୍ଣ୍ଣ ସାରାଂଶକୁ ସ୍ୱରଚିତ ଗୋଟିଏ କ୍ଷୁଦ୍ର କବିତା ମାଧ୍ୟମରେ ବର୍ଣ୍ଣନା କରିଥିଲେ । ଏଥିରେ ନିଜେ ପ୍ରକାଶକ ମହାଶୟ ମଧ୍ୟ ପାଞ୍ଚ ମନିିଟ୍‌ର ଏକ ଭିଡିଓ ବାର୍ତ୍ତାର କବିଙ୍କୁ ଭୁୟସୀ ପଶଂସା କରିବା ସହିତ ମଞ୍ଚାସୀନ ଅତିଥି, ସାମ୍ବାଦିକ ବୃନ୍ଦ ତଥା ଉପସ୍ଥିତ ସଜନ ମଣ୍ଡଳୀ ସାଧୁବାଦ ତଥା ଧନ୍ୟବାଦ ଦେଇ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ । ତତ୍‌ ସହିତ ପୁସ୍ତକଟି ସମସ୍ତଙ୍କ ଦ୍ୱାରା ବିଶେଷ ଆଦୃତ ହେବ ବୋଲି ଆଶା ପ୍ରକାଶ କରିଥିଲେ । ଏଥିରେ ବଲାଙ୍ଗିର ଜିଲ୍ଲାର ଜିଲ୍ଲା ସୂଚନା ଅଧକାରୀ ଜୟଦେବ ପାଣିଗ୍ରାହୀ ନିଜେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କବି ସୋମନାଥ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ବଲାଙ୍ଗିର ପବ୍ଲିକ ସ୍କୁଲ୍‌ର ବରିଷ୍ଠ ଶିକ୍ଷକ ହେରକୃଷ୍ଣ ନାୟକ ସଭା ସଂଯୋଜନା କରିଥିଲେ । ସହର ତଥା ଯୋଗୀସର୍ଡା ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯଥା ଆଦିତ୍ୟ ଥନାପତି, ହରିଶଙ୍କର ବାରିକ, ଅଶୋକ ତ୍ରିପାଠୀ, ଆନନ୍ଦ ତ୍ରିପାଠୀ, ଦୁଃଖିଶ୍ୟାମ ତ୍ରିପାଠୀ, ଦୁର୍ବାଦଳ ବାଗ୍‌, ନେପାଳ ଚନ୍ଦ୍ର ବାଗ୍‌, ଗୋବିନ୍ଦ ତ୍ରିପାଠୀ, ମହାେଦବ ମିଶ୍ର, ଦିଲପ କୁମାର ନାୟକ, କବି ଦିଲିପ ମିଶ୍ର, ବିଶିଷ୍ଠ ସମାଜସେବୀ ଜାଳେନ୍ଦ୍ର ତ୍ରିପାଠୀ, ମୋହନ ହୋତା, ଶିରିଶ ଚନ୍ଦ୍ର ହୋତା, ରାଘବ ଭୋଇ, ଗୋବିନ୍ଦ ପ୍ରଧାନ, କମଳ ସାହୁ, ପ୍ରମୋଦ ତିପାଠୀ, କଳ୍ପନା ଷଡଙ୍ଗୀ, ସୌଦାମିନୀ ଥନାପତି, ଜୋତିର୍ମୟୀ ସାହୁ, ସୁରଭି ବଗର୍ତ୍ତୀ ଆଦି ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.

fifteen − eleven =