om academy

୫ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ବାତିଲ

jsm

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଦେଶରେ ତଥା ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଓ ଆବଶ୍ୟକ ପରିମାଣରେ ଯାତ୍ରୀ ନହେବାରୁ ପୂର୍ବତଟ ରେଳ ପରିସୀମା ମଧ୍ୟରୁ ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିବା ପାଞ୍ଚଟି ସ୍ୱତନ୍ତ୍ର ଟ୍ରେନ୍ ସେବାକୁ ବାତିଲ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ପୁରୀ-ଗୁଣପୁର-ପୁରୀ ସ୍ୱତନ୍ତ୍ର ଟ୍ରେନ୍‌, ସମ୍ବଲପୁର-ପୁରୀ-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍ ଓ ପୁରୀ-ଦୁର୍ଗ-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ଚଳିତ ମାସ ୫ ତାରିଖ ଠାରୁ ବାତିଲ ରହିବ । ସେହିପରି ଇନ୍ଦୋର-ପୁରୀ-ଇନ୍ଦୋର ସ୍ୱତନ୍ତ୍ର ଚଳିତ ମାସ ୬ ତାରିଖ ଠାରୁ ବାତିଲ ନେଇ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.