pakka

ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ରାଜ୍ୟସ୍ତରୀୟ ସମାବେଶ : ୨୫ରୁ ୨୬ ଡିସେମ୍ବରରେ ୧୦ମ ଦ୍ୱି-ବାର୍ଷିକ ରାଜ୍ୟ ସମ୍ମିଳନୀ

bbehera

ଭୁବନେଶ୍ୱର : ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ଓଡ଼ିଶା ରାଜ୍ୟ ଶାଖାର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ରେଡକ୍ରସ ଭବନ ଠାରେ ସଂଗଠନର ରାଜ୍ୟ ସଭାପତି ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂଗଠନର ଆବାହକ ଡୁମାଣି ପ୍ରକାଶନର ମୁଖ୍ୟ ଅକ୍ଷୟ କୁମାର ପଟ୍ଟନାୟକ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା ସମ୍ବାଦପତ୍ରର ସମ୍ପାଦକଙ୍କୁ ସ୍ୱାଗତ ଜଣାଇବା ସହ ସଂଗଠନକୁ କ୍ରିୟାଶୀଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବୈଠକରେ ମୁଖ୍ୟତଃ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବିଶେଷ କରି ଜାତୀୟ ଦିବସ, ବାର୍ଷିକ ଉତ୍ସବରେ ମିଳୁଥିବା ବିଜ୍ଞାପନ ବନ୍ଦ କରାଯାଇଥିବାରୁ ସଦସ୍ୟମାନେ ଉଦବେଗ ପ୍ରକାଶ କରିଥିଲେ । ଏ ସମ୍ପର୍କରେ ଏକ ପ୍ରତିନିଧି ଦଳ ବିଭାଗୀୟ ଅଧିକାରୀଙ୍କ ସହ ସାକ୍ଷାତ କରିବାକୁ ନିଷ୍ପତ୍ତି ହୋଇଥିଲା । ଡିସେମ୍ବର ୨୫ ଓ ୨୬ ଦୁଇଦିନ ଧରି ସଂଗଠନର ୧୦ମ ଦ୍ୱି-ବାର୍ଷିକ ଅଧିବେଶନ ଭୁବନେଶ୍ୱର ଠାରେ ଆୟୋଜନ ପାଇଁ ନିଷ୍ପତ୍ତି ଗ୍ରହଣ କରିବା ସହିତ ସ୍ମରଣିକା ପ୍ରକାଶନ, ସାଙ୍ଗଠନିକ କର୍ମକର୍ତ୍ତା ନିର୍ବାଚନ କରାଯିବା ପାଇଁ ସ୍ଥିର ହୋଇଥିଲା । ସଂଘକୁ କ୍ରିୟାଶୀଳ କରିବା ପାଇଁ ରାଜ୍ୟର ସମସ୍ତ ସମ୍ପାଦକଙ୍କ ସହ ଯୋଗାଯୋଗ କରିବାକୁ ନିଷ୍ପତ୍ତି ହୋଇଥିଲା । ସଂଗଠନର ସାଧାରଣ ସମ୍ପାଦକ ଜଗଦୀଶ ମିଶ୍ର, ଜାତୀୟ ପରିଷଦ ସଦସ୍ୟ ପ୍ରଦୀପ୍ତ କୁମାର ପରିଡ଼ା, ରାଜ୍ୟ ଉପସଭାପତି ଭଜରାମ ମହାପାତ୍ର, ରମାକାନ୍ତ ପରିଜା, ସରୋଜ ରଞ୍ଜନ ପଟ୍ଟନାୟକ, ସୁକଦେବ ପରିଡ଼ା, ଦ୍ୱାରିକା ପ୍ରସାଦ ନନ୍ଦ, ମୁରଲି ମିଶ୍ର, ଅତନୁ କୁମାର ନାୟକ, ମିର୍ଜା ରିଜ୍ୱାନ୍‌ ବେଗ୍‌, ସନାତନ ଗ୍ରହାଚାର୍ଯ୍ୟ, ଚିତ୍ତରଞ୍ଜନ ସ୍ୱାଇଁ, ଉମା ଶଙ୍କର ପ୍ରସାଦ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକ ପ୍ରତି ସରକାରଙ୍କ ଦୃଷ୍ଟିଭଙ୍ଗି ପରିବର୍ତ୍ତନ କରିବା ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ପ୍ରଥମେ ଗତ ୨୦୨୦-୨୧ ମସିହାରେ ପରଲୋକ ଗତ ୧୧ ଜଣ ସମ୍ପାଦକଙ୍କ ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ସ୍ମତିଚାରଣ କରାଯାଇଥିଲା ।

Leave A Reply

Your email address will not be published.

eleven − seven =