pakka

ଖୁସି ଖବର : ଝିଅ ଜନ୍ମ ହେବା ଖୁସିରେ ଦିନ ସାରା ଲୋକଙ୍କୁ ମାଗଣା ପାନିପୁରୀ ଖୁଆଇଲେ ପାନିପୁରୀ ଦୋକାନୀ

ଭୋପାଲ : ଭୋପାଲର ଯେଉଁମାନେ ଝିଅମାନଙ୍କୁ ବୋଝ ବୋଲି ଭାବନ୍ତି, ସେମାନଙ୍କୁ ଏକ ବଡ଼ ବାର୍ତ୍ତା ଦେଇଛନ୍ତି ଜଣେ ବ୍ୟକ୍ତି । ସେ ଝିଅ ଜନ୍ମର ଆନନ୍ଦରେ ଦିନସାରା ଲୋକଙ୍କୁ ମାଗଣା ପାନିପୁରୀ ଖାଇବାକୁ ଦେଇଥିଲେ । ସୂଚନା ଅନୁସାରେ ଭୋପାଲର କୋଲାର ଅଞ୍ଚଳରେ ରହୁଥିବା ଅଂଚଲ ଗୁପ୍ତା ୧୪ ବର୍ଷ ଧରି ପାନିପୁରୀ ଦୋକାନ ଚଳାଉଛନ୍ତି । ଅଂଚଲ ଗୁପ୍ତା ଝିଅ ଜନ୍ମ ଆନନ୍ଦରେ ଦିନେ ମାଗଣାରେ ତାଙ୍କ ଦୋକାନରେ ପାନିପୁରୀକୁ ଖାଇବାକୁ ଦେଇଛନ୍ତି ।

ସୂଚନା ଅନୁସାରେ ଯେ, ଭୋପାଲର ଅନେକ ଲୋକେ ଝିଅମାନଙ୍କୁ ବୋଝ ବୋଲି ଭାବୁଥିବା ବେଳେ ଅଂଚଲ ଗୁପ୍ତା ଝିଅଟିଏ ଖୋଜୁଥିଲେ ଏବଂ ବର୍ତ୍ତମାନ ଯେତେବେଳେ ତାଙ୍କର ଇଚ୍ଛା ପୂରଣ ହେଲା, ଝିଅ ପାଇବାର ଖୁସିର ସୀମା ରହିଲାନାହିିଁ । ଏହି ଖୁସିରେ ସେ ନିଜ ଦୋକାନ ବାହାରେ ଏକ ତମ୍ବୁ ଲଗାଇଲେ ଏବଂ ସ୍ଥିର କଲେ ଯେ, ରବିବାର ଦିନ ଯିଏ ତାଙ୍କ ଦୋକାନକୁ ଆସିବ ତାଙ୍କୁ ପାନିପୁରୀ ମାଗଣାରେ ଖାଇବାକୁ ଦେବେ । ରବିବାର ଦିନ ଅଂଚଲ ଗୁପ୍ତା ମଧ୍ୟାହ୍ନ ୧ ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନକୁ ଆସିଥିବା ସମସ୍ତ ଗ୍ରାହକଙ୍କୁ ମାଗଣା ପାନିପୁରୀ ଖାଇବାକୁ ଦେଇଥିଲେ ।

Leave A Reply

Your email address will not be published.

four × five =