ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ : ବଲାଙ୍ଗିରରେ ଗୋଟିଏ ଦିନରେ ୩୮ ଜଣ କରୋନା ସଂକ୍ରମିତ ଚିହ୍ନଟ

ବଲାଙ୍ଗିର, ୧/୮ (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଆଜି ଗୋଟିଏ ଦିନରେ ୩୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ ମହିଳା କରୋନା ଯୋଦ୍ଧା ମଧ୍ୟ ସାମିଲ୍ ରହିଥିବା ରିପୋର୍ଟରେ କୁହାଯାଇଛି । ସରକାରୀ ସୂଚନା ଅନୁସାରେ କ୍ଲବପଡ଼ା-୧, ରମାଇଟକିଜ୍ ଛକ୍-୧, ରାଧାରାଣୀପଡ଼ା-୨, ସୁଦପଡ଼ା-୧, ମାଲପଡ଼ା-୨, ଭଗବତୀନଗର – ୩, ବ୍ରାହ୍ମଣପଡ଼ା – ୧, ଏବିଏସ୍ଏସ୍ ରୋଡ଼୍-୧, ରୁଗୁଡ଼ିପଡ଼ା – ୧, ଶାନ୍ତିପଡ଼ା – ୩, ଆଦର୍ଶପଡ଼ା – ୧ ପୋଜେଟିଭ୍ ବଲାଙ୍ଗିର ସହର ମଧ୍ୟରେ ଚିହ୍ନଟ ହୋଇଛନ୍ତି । ସେହିପରି ଗ୍ରାମାଂଚଳରେ ବୀର୍ସାମୁଣ୍ଡା, ବଲାଙ୍ଗିର – ୧, କଂଟାବାଂଜି ଏନ୍ଏସି ଅଂଚଳରେ ୧, ବିଲେଇସର୍ଡ଼ା (ପୁଇଁନ୍ତଲା ବ୍ଲକ୍) – ୧, ସଇଁନ୍ତଲା -୧, ଚିକିଲି (ବେଲପଡ଼ା ବ୍ଲକ) -୧, ବେଲପଡ଼ା – ୪, କୁଡ଼ାସିଂଗା (ବଲାଙ୍ଗିର ବ୍ଲକ) -୧, ଗେର୍ଡ଼ି (ଲୋଇସିଂହା ବ୍ଲକ) – ୧, ବାୟାଉଡ଼ାର (ମୁରିବାହାଲ ବ୍ଲକ) – ୨, ଝାରମୁଣ୍ଡା (ଲୋଇସିଂହା ବ୍ଲକ) – ୧, ଡୁଙ୍ଗିବାହାଲ (ଗୁଡ଼ଭେଲା ବ୍ଲକ) – ୧, ରାନୀପାଲି (ଲୋଇସିଂହା ବ୍ଲକ୍) – ୧, ବଲାଙ୍ଗିର ବ୍ଲକ – ୧ ଓ ଭରତବାହାଲ (ପାଟଣାଗଡ଼ ବ୍ଲକ) – ୧ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.