ଆଗଲପୁର ବ୍ଲକର ଛାତ୍ରଛାତ୍ରୀଙ୍କ ସଫଳତା

ଆଗଲପୁର, (ଦେବାଶିଷ ମିଶ୍ର) : ଚଳିତ ୨୦୧୯-୨୦ ଶିକ୍ଷା ବର୍ଷର ମାଟ୍ରିକୁଲେସନ ପରୀକ୍ଷା ଫଳ ଗତ ବୁଧବାରରେ ପ୍ରକାଶିିତ ହୋଇଛି । ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକର ୩୬୪ଟି ହାଇସ୍କୁଲରୁ ୧୫୪ଟି ପରୀକ୍ଷା କେନ୍ଦ୍ରରେ ମୋଟ ୨୨,୫୫୫ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ୧୬୩୬୭ଟି ଛାତ୍ରଛାତ୍ରୀ ବିଭିନ୍ନ ଗ୍ରେଡ୍ ରେ ଉର୍ତ୍ତୀର୍ଣ୍ଣ ହୋଇଥିବା ସୁଚନା ରହିଛି । ପରୀକ୍ଷାରେ ଛାତ୍ରଛାତ୍ରୀଙ୍କର ବିଶେଷ କରି ମନୋବଳ ତଥା ପାଠ୍ୟଭିତ୍ତିକ ଜ୍ଞାନ ବୃଦ୍ଧି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଆଦେଶ ମୁତାବକ ବିଭିନ୍ନ ବ୍ଲକରେ ଛାତ୍ରଛାତ୍ରୀମାନଙ୍କୁ ବ୍ଲକ ସ୍ତରରେ ମାନସିକ ରୋମନ୍ଥନ କରିବା ପାଇଁ “ମାନସ ମନ୍ଥନ ୨୦୨୦” କାର୍ଯ୍ୟକ୍ରମ କରାଯାଇଥିଲା । ଏବେ ବ୍ଲକ ଯାହାର ସୁଫଳ ପାଇଥିବା କୁହାଯାଉଛି । ବିଗତ ବର୍ଷରେ ମଧ୍ୟ ବ୍ଲକରେ ଏହି ପରି କାର୍ଯ୍ୟକ୍ରମ କରି ବ୍ଲକ ତାର ସଫଳତା ପାଇଥିଲା । ଏହି କାର୍ଯ୍ୟକ୍ରମକୁ ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ମଞ୍ଜୁଲତା ଭୋଇ ଓ ତାଙ୍କ କାର୍ଯ୍ୟାଳୟର ସହଯୋଗୀ ଅଧିକାରୀ କାର୍ଯ୍ୟକ୍ରମ ସଂଚାଳନ କରିବା ପାଇଁ ସହଯୋଗର ହାତ ବଢାଇଥିଲେ । ସମଗ୍ର କାର୍ଯ୍ୟକ୍ରମର ନେତୃତ୍ୱ ବ୍ଲକ ଓଷ୍ଟା ସଂପାଦକ ତାରାକାନ୍ତ ମିଶ୍ର ସଂଯୋଜନା କରିଥିଲେ ଓ ନଅଗାଁ (କ) ଉଚ୍ଚ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ବିଜ୍ଞାନ ତତ୍ତ୍ୱାବଧାରକ ଆସି ପିଲାମାନଙ୍କୁ ବେଶ ଉତ୍ସାହିତ କରିଥିଲେ । ପା୍ରକ୍ତାନ ଓଷ୍ଟା ରାଜ୍ୟ ସଭାପତି ପୁରନ୍ଦର ଦାଶ ନିଜର ଅଭିଜ୍ଞତା ମାଧ୍ୟମରେ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଫଳ ସ୍ୱରୁପ ପିଲାମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ଅନୁଭୂତ ହୋଇଥିବା ବୁଦ୍ଧିଯିବିଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି । ଏବେ ଅନେକ ଅଭିଭାବକ ବିଗତ ଦିନ କାର୍ଯ୍ୟକ୍ରମ ଯୋଗୁଁ ଆମ୍ଭ ବ୍ଲକର ଅନେକ ଛାତ୍ରଛାତ୍ରୀ ଏ୨, ବି୧ ଓ ବି୨ ରେ ସ୍ଥାନିତ ହୋଇଥିବାରୁ ପ୍ରଶଂସାରେ ପୋତି ପକାଉଛନ୍ତି । ଏହି ବ୍ଲକର ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟ ପଟୁଆପାଲିର ଜଣେ ଛାତ୍ରୀ ସୁଶ୍ରୀ ସ୍ମୃତିରେଖା ମିଶ୍ର ୫୪୦ ମାର୍କ ରଖି ଏ୧ ଗ୍ରେଡରେ ସ୍ଥାନୀତ ହୋଇ ବ୍ଲକର ଶ୍ରେଷ୍ଠ ଛାତ୍ରୀ ଭାବେ ପରିଗଣିତ ହୋଇଛନ୍ତିି । ଭବିଷ୍ୟତରେ ସମଗ୍ର ବଲାଙ୍ଗିର ଜିଲ୍ଲା ଏହି ପ୍ରକ୍ରିୟାକୁ ଅନୁକରଣ କରି କିଛି କାର୍ଯ୍ୟକ୍ରମ କଲେ ଜିଲ୍ଲାର ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କର ଶିକ୍ଷକକୂଳ ବିଶ୍ୱାସ ଭାଜନ ହୋଇପାରିବେ ବୋଲି ଜନମତ ପ୍ରକାଶ ପାଉଛି । ତେବେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା ଓ ବର୍ତ୍ତମାନର ରାଜ୍ୟ ଓଷ୍ଟା ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ ସମସ୍ତ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଚା ଜଣାଇବା ସହ ଏହି ଭଳି ବିଭିନ୍ନ କାର୍ଯ୍ୟକ୍ରମ ଭବିଷ୍ୟତରେ ଛାତ୍ରଗଣଙ୍କୁ ଆହୁରି ପାରିମାର୍ଜିତ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.