ନୂତନ ରାଷ୍ଟ୍ରପତି ଚୟନ ପାଇଁ ଭୋଟଦାନ ଜୁଲାଇ ୧୮ରେ, ୨୧ରେ ଗଣତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ନିର୍ବାଚନ ଆୟୋଗ ତିଥି ଘୋଷଣା କରିଛନ୍ତି । ନୂତନ ରାଷ୍ଟ୍ରପତି ବାଛିବା ପାଇଁ ଦେଶର ସାଂସଦ ଓ ବିଧାୟକମାନେ ଜୁଲାଇ ୧୮ରେ ଭୋଟ୍ ଦେବେ । ଜୁଲାଇ ୧୮ରେ ଦିଆଯାଇଥିବା ଭୋଟ୍ ଜୁଲାଇ ୨୧ରେ ଗଣତି ହେବ ଏବଂ ଦେଶର ନୂତନ ରାଷ୍ଟ୍ରପତି ନିର୍ବାଚିତ ହେବେ । ସୂଚନା ଯୋଗ୍ୟ ଯେ, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ୨୪ ଜୁଲାଇ ୨୦୨୨ରେ ଶେଷ ହେବାକୁ ଯାଉଛି । ଦେଶ ଆସନ୍ତା ମାସରେ ଜଣେ ନୂତନ ରାଷ୍ଟ୍ରପତିଙ୍କୁ ପାଇବ ।

Leave A Reply

Your email address will not be published.

two × three =

error: Content is protected !!