pakka

ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ ସାବୁଳିଆ ଷ୍ଟୁଡେଣ୍ଟ ନୋଡାଲ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଏକ ସାରସ୍ୱତ ଆସରରେ ଅବସରରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଫୁଲ ଚନ୍ଦ୍ର ଦାଶ୍‌ଙ୍କୁ ଇତିମଧ୍ୟରେ ପୁଷ୍ପଗୁଚ୍ଛ ସହ ଉପଢୌକନ, ମାନପତ୍ର ଦେଇ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ବରିଷ୍ଠ ଶିକ୍ଷକ ଅମରପ୍ରସାଦ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ବହୁଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ବିଦାୟୀ ପ୍ରଧାନଶିକ୍ଷକଙ୍କ ଆଦର୍ଶତା ଉପରେ ପ୍ରତିପାଦନ କରି ତାଙ୍କର ଦୀର୍ଘନିରାମୟ କାମନା କରିଥିଲେ । ଛାତ୍ରଛାତ୍ରୀମାନଙ୍କଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ ପରେ ବରିଷ୍ଠ ଶିକ୍ଷକ ପ୍ରଫୁଲ ଚନ୍ଦ୍ର ଦାସ ମଞ୍ଚାସୀନ ହୋଇଥିବା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥୀ ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ ଏବଂ ବିଶିଷ୍ଟ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରାଜେଶ କୁମାର ପ୍ରଧାନ ଯୋଗଦେଇ ବିଦାୟୀ ପ୍ରଧାନଶିକ୍ଷକଙ୍କ କର୍ମକୁଶଳତା, ନିଷ୍ଠାପର, ବଳିଷ୍ଠ ଉଦ୍ୟମରେ ଭୂୟସୀ ପ୍ରସଂଶା କରି ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରମ୍ଭା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଚିନ୍ମୟୀ ବେହେରା, ଏସ.ଜି.କେ. ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପରମଗୁରୁ ମହାପାତ୍ର, ସ୍କୁଲ ପରିଚାଳନା କମିଟିର ସଭାପତି ଭୀମସେନ ବେହେରା, ସର୍ବଶ୍ରୀ ଶଶଧର ବେହେରା, ବରିଷ୍ଠ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାଜେନ୍ଦ୍ର କୁମାର ସେନାପତି, ନାରାୟଣ ନାହାକ, ବିଜୟ ଚନ୍ଦ୍ର ଦାଶ୍, ଏବଂ ସ୍କୁଲର ୧୯୮୩ ମସିହା ପୂର୍ଵତନ ବିଦ୍ୟାର୍ଥୀ ସଂଗଠନ ପ୍ରମୁଖ ଯୋଗଦେଇ ସାରଙ୍କ ଆଦର୍ଶଗୁଣ ଓ ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ । କ୍ରୀଡାଶିକ୍ଷୟିତ୍ରୀ ଦୀପ୍ତିମୟୀ ପାତ୍ର ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.

2 + six =