pakka

ତସଲିମା ନସରିନଙ୍କୁ ଫେସବୁକ୍‌ ପୁଣି ମୃତ ଘୋଷଣା କଲା

bbehera

ନୂଆଦିଲ୍ଲୀ : ନିଜ ବିବାଦୀୟ ବିବୃତ୍ତି ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ମୂଳ ବାଙ୍ଗଲାଦେଶୀ ପ୍ରସିଦ୍ଧ ଲେଖିକା ଓ ମାନବାଧିକାର କାର୍ଯ୍ୟକର୍ତ୍ତା ତସଲିମା ନସରିନ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ତସଲିମା ନସରିନଙ୍କ ଫେସବୁକ ଆକାଉଣ୍ଟ ରିମେମ୍ବରିଙ୍ଗ୍‌ ହୋଇଯାଇଛି, ଯେଉଥିପାଇଁ ତସଲିମା କ୍ଷୋଭ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ, କୌଣସି ବ୍ୟକ୍ତିଙ୍କ ଫେସବୁକ୍‌ ଆକାଉଣ୍ଟ ସେତେବେଳେ ରିମେମ୍ବରିଙ୍ଗ୍‌ ହୁଏ, ଯେତେବେଳେ ତାଙ୍କ ପରଲୋକ ହୋଇଥାଏ । ଫେସବୁକ୍‌ର ଏଭଳି ଆକ୍ଟିଭିଟରେ ତସଲିମା ନସରିନ କ୍ରୋଧାନ୍ୱିତ ହୋଇ ଯାହା ଟୁଇଟ୍‌ କରିଛନ୍ତି, ତାହା ଏବେ ଭାଇରାଲ ହେବାରେ ଲାଗିଛି । ନିଜ ଟୁଇଟ୍‌ରେ ସେ ଲେଖିଛନ୍ତି, ମୋ ଆକାଉଣ୍ଟ ପୁଣି ଥରେ ମେମୋରିଆଲାଇଜ୍‌ଡ଼୍‌ କରି ଦିଆଯାଇଛି । ଏହା ହେଉଛି ଚତୁର୍ଥ ଥର । ଏଭଳି କରି ଜିହାଦୀ ମାନଙ୍କୁ ଖୁସି କରିବାକୁ ଚାହୁଁଛନ୍ତି କି? ମୁଁ ଏବେବି ମରି ନାହିଁ, ଦୟାକରି ମତେ ମୋର ଫେସବୁକ୍‌ ଆକାଉଣ୍ଟ ଫେରାଇ ଦିଆଯାଉ ।

jay balangir
Leave A Reply

Your email address will not be published.

seventeen + 7 =