pakka

ଦିଲ୍ଲୀରେ ରେଷ୍ଟୁରାଣ୍ଟ ଏବଂ ବାର୍‌ ବନ୍ଦ କରିବାକୁ ନିଷ୍ପତ୍ତି, ଡ଼ିଡ଼ିଏମ୍‌ଏ ନୂତନ ପ୍ରତିବନ୍ଧକ ଲଗାଇଲେ

kalikesh

ନୂଆଦିଲ୍ଲୀ : ଦିଲ୍ଲୀର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଊଊଗଇ)ର ବୈଠକ ପରେ ଦିଲ୍ଲୀରେ କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲ ସୋମବାର କଟକଣାକୁ ଅଧିକ କଡା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରେଷ୍ଟୁରାଣ୍ଟ ଏବଂ ବାର୍‌ଗୁଡିକ ବନ୍ଦ କରିବାକୁ ଡ଼ିଡ଼ିଏମ୍‌ଏ ନିଷ୍ପତ୍ତି ନେଇଛି । କେବଳ ପାର୍ସଲ ପାଇଁ ଅନୁମତି ଦିଆଯିବ । ବଜାର ବୁଲାବୁଲି କରୁଥିବା ଲୋକମାନଙ୍କ ଦ୍ୱାରା କୋଭିଡ଼ କଟକଣା କଠୋର ଅନୁପାଳନ ନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ଦିଲ୍ଲୀରେ କେବଳ ଖାଦ୍ୟ ପ୍ୟାକ୍ କରାଯାଇ ଅନ୍‌ ଲାଇନ୍‌ରେ ନିଆଯାଇପାରିବ କିମ୍ବା ଅର୍ଡର କରାଯାଇପାରିବ ।

pp
Leave A Reply

Your email address will not be published.

two × 2 =