ପୁଣି ଦୁଷ୍କର୍ମ ଘଟଣା : ଗ୍ରେଡର୍‌ ନୋଏଡ଼ାରେ ୧୩ ବର୍ଷୀୟା କିଶୋରଙ୍କ ସହ ଅସଦାଚରଣ, ୩ ଗିରଫ୍‌

ନୋଏଡ଼ା : ହାଥ୍‌ରସ୍‌ ଗଣ ଦୁଷ୍ମର୍ମ ମାମଲାର ନିଆଁ ଏବେ ବି ହୁ ହୁ ହୋଇ ଜଳୁଛି ସାରା ଦେଶରେ । ଏତିକି ବେଳେ ପୁଣି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଗ୍ରେଡର୍‌ ନୋଏଡ଼ାର ଜଣେ ୧୩ ବର୍ଷୀୟା କିଶୋରୀ ବଳାତ୍କାରର ଶିକାର ହୋଇଥିବା ବେଳେ ୩ ଜଣ ବଳାତ୍କାରୀଙ୍କୁ ଗିରଫ୍‌ କରିଛି ପୋଲିସ । ମିଳିଥିବା ସୂଚନା ଅନୁସାରେ ପୀଡ଼ିତା କିଶୋରୀ ଏବଂ ଅଭିଯୁକ୍ତମାନେ ଗୋଟିଏ ଅଂଚଳର ହୋଇଥିବା ବେଳେ ଅଭିଯୁକ୍ତମାନେ କିଶୋରୀଙ୍କ ପରିଚିତ ମଧ୍ୟ । ଗୌତମବଦ୍ଧ ପୋଲିସ ଉପାୟୁକ୍ତ (ମହିଳା ସୁରକ୍ଷା) ବୃନ୍ଦା ଶୁକ୍ଳା କହିଛନ୍ତି ଯେ, ଏହି ଘଟଣା ଗତ ମଙ୍ଗଳବାର ଦିନ ଘଟିଥିବା ବେଳେ ପୀଡ଼ିତାଙ୍କ ମା’ ଗୁରୁବାର ଦିନ ପୋଲିସ ସହ ଯୋଗାଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.