ସଇଁନ୍ତଲା ବ୍ଳକରେ ହରିଶ୍ଚନ୍ଦ୍ର ଯୋଜନା ବାଟବଣା

ସଇଁତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା କରିବା ସହ ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ଯୋଜନା ମାଧ୍ୟମରେ ମୃତ୍ୟୁ ବ୍ୟକ୍ତିଙ୍କ ପରିବାରକୁ ବ୍ଳକ ପ୍ରଶାସନ ପକ୍ଷରୁ ୨ହଜାର ଟଙ୍କା ଆଥିର୍କ ରାଶି ପ୍ରଦାନ କରୁଛ‌ନ୍ତି । କିନ୍ତୁ ସଇଁନ୍ତଲା ବ୍ଲକରେ ତାହା ବାଟବଣା ହେଉଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ୨୨ଟି ପଞ୍ଚାୟତକୁ ନେଇ ସଇଁତଲା ବ୍ଳକ ଗଠିତ ହୋଇଛି । ତେବେ ଏହି ବ୍ଲକର ଅନେକ ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନା ମାଧ୍ୟମରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୨ହଜାର ଦେବାର ନିୟମ ମଧ୍ୟ ରହିଛି, କିନ୍ତୁ ଏହି ସବୁ ଟଙ୍କା ମିଳୁନଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ସବୁ ଟଙ୍କା କାହା ପକେଟ୍‌କୁ ଯାଉଛି ବୋଲି ଲୋକେ ଅଭିଯୋଗ ମଧ୍ୟ କରିଛନ୍ତି । କାହିଁକି ଏହି ଯୋଜନା ମାଧ୍ୟମରେ ଲୋକଙ୍କୁ ଟଙ୍କା ମିଳୁନାହିଁ, ଏବେ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ଜିପିଓ ଶ୍ରୀ ପଧାନଙ୍କୁ ପଚାରିବାରୁ ଟଙ୍କା ତ ମିଳିବା କଥା, ଯଦି ମିଳିନାହିଁ ତେବେ ବି ପଞ୍ଚାୟତମାନଙ୍କୁ ଚିଠି କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.