ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର : ପ୍ରେମ ସମ୍ପର୍କରୁ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜିର କୁକୁଡାହାଡ଼ ଗାଁ ପାଖ ରେଳ ଲାଇନ ଟ୍ରାକରୁ ଯୁବକଙ୍କ ଖଣ୍ଡ ବିଖଣ୍ଡ ମୃତ ଦେହ ଉଦ୍ଧାର ହୋଇଛି । ପ୍ରେମ ସମ୍ପର୍କରୁ ହତ୍ୟା ହୋଇଥିବା ଅଭିଯୋଗ ଆଣିଛ‌ନ୍ତି ମୃତକ‌ଙ୍କ ଦୁଇ ଭାଇ ଓ ପରିବାର ଲୋକେ । ମୃତକ ଜଣଚ ହେଲେ କଣ୍ଟାବାଞ୍ଜି ୧୧ ନମ୍ବର ୱାର୍ଡ ରାମନଗର ପଡ଼ାର ଆନନ୍ଦ ତାଣ୍ଡି । ଘଟଣା ସ୍ଥଳରେ କଣ୍ଟାବାଞ୍ଜି ଜିଆରପିର ଏସଆଇ ମୋହନ ନାୟକ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତକଙ୍କ ପରିବାର ଲୋକ‌ଙ୍କ ସୂତ୍ରରୁ ପ୍ରକାଶ ଯେ, ତୁରେକେଲା ବ୍ଲକ ବୁରୋମାଲ ପଞ୍ଚାୟତ କୁକୁଡ଼ାହାଡ଼ ଗାଁର ଜଣେ ଝିଅ ସାଙ୍ଗରେ କିଛି ଦିନ ହେଲା ଆନନ୍ଦଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଗତ ବୁଧବାର ଦିନ ସେହି ଝିଅକୁ ନେଇ ଆନନ୍ଦ ପଳାଇ ଥିଲେ ଓ ସିନ୍ଧେକେଲା ରହିଥିଲେ । ଫୋନ ଯୋଗେ ଘରକୁ ଯିବି ବୋଲି କହିଥିଲେ । କିନ୍ତୁ ଆଜି ସକାଳୁ ସକାଳୁ ଖବର ପାଇଲେ ଯେ କଣ୍ଟାବାଞ୍ଜି -କୁକୁଡ଼ାହାଡ଼ ଗାଁ ପାଖ ରେଳ ଲାଇନରେ ତାଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ପଡିଛି । ହାତ, ପାପୁଲି, ଜୋତା, ମୋବାଇଲ, ଏକ ଧରୁଆ ଅସ୍ତ୍ର ଆଦି ସବୁ ଅଲଗା ଅଲଗା ଜାଗାରେ ପଡିଛି । ଆନନ୍ଦଙ୍କୁ ହତ୍ୟା କରି ରେଳ ଲାଇନରେ ପକାଇଥିବା ସାନ ଭାଇ ବସନ୍ତ ତାଣ୍ଡି ଓ ବଡ ଭାଇ ସୁନୀଲ ତାଣ୍ଡି କହିଛନ୍ତି ।

Leave A Reply

Your email address will not be published.