ବିଦ୍ୟୁତ୍ କ୍ଷେତ୍ରରେ ଦ୍ରୁତ ସଂସ୍କାର ପାଇଁ ରାଜ୍ୟମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେଲେ କେନ୍ଦ୍ର ସରକାର

• ୧୨ ରାଜ୍ୟକୁ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଲାଗୁ କରିବା ଲାଗି ମିଳିଲା ୬୬,୪୧୩ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ
• ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଲାଗି ୨୦୨୩-୨୪ ଆର୍ଥିକ ବର୍ଷରେ ୧,୪୩,୩୩୨ କୋଟି ଟଙ୍କାର ପ୍ରୋତ୍ସାହନ ଉପଲବ୍ଧ
• ଓଡ଼ିଶା ପାଇଁ ୨୭୨୫ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ଆବଣ୍ଟନ

ନୂଆଦିଲ୍ଲୀ, (ପିଆଇବି) : ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ଅତିରିକ୍ତ ଋଣ ନେବା ପାଇଁ ଅନୁମତି ଆକାରରେ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରି ରାଜ୍ୟମାନଙ୍କ ଦ୍ୱାରା ବିଦ୍ୟୁତ କ୍ଷେତ୍ରରେ ସଂସ୍କାରକୁ ପ୍ରୋତ୍ସାହନ ଦିଆଯାଉଛି । ବିଦ୍ୟୁତ କ୍ଷେତ୍ରରେ ଦକ୍ଷତା ଓ କାର୍ୟ୍ୟ ପ୍ରଦର୍ଶନକୁ ବଢ଼ାଇବା ଲାଗି ସଂସ୍କାର ଆରମ୍ଭ କରିବାରେ ରାଜ୍ୟମାନଙ୍କୁ ପ୍ରୋତ୍ସାହିତ କରିବା ଓ ସମର୍ଥନ ଯୋଗାଇ ଦେବା ଏହି ପଦକ୍ଷେପର ଉଦ୍ଦେଶ୍ୟ।

କେନ୍ଦ୍ରୀୟ ବଜେଟ୍ ୨୦୨୧-୨୨ରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଏହି ପଦକ୍ଷେପ ଘୋଷଣା କରିଥିଲେ । ଏହି ପଦକ୍ଷେପ ଅନ୍ତର୍ଗତ ୨୦୨୧-୨୨ ଠାରୁ ୨୦୨୪-୨୫ ସୁଦ୍ଧା ଚାରି ବର୍ଷର ଅବଧି ପାଇଁ ସକଳ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି)ର ୦.୫ର ଅତିରିକ୍ତ ଋଣ ଉଠାଇବାର ସୁବିଧା ରାଜ୍ୟମାନଙ୍କ ଲାଗି ଉପଲବ୍ଧ ରହିଛି। ରାଜ୍ୟମାନଙ୍କ ଦ୍ୱାରା ବିଦ୍ୟୁତ କ୍ଷେତ୍ରରେ ସ୍ୱତନ୍ତ୍ର ସଂସ୍କାରକୁ ଲାଗୁ କରିବା ଉପରେ ଏହି ଅତିରିକ୍ତ ଆର୍ଥିକ ସୁବିଧା ନିର୍ଭରଶୀଳ।

ଏହି ପଦକ୍ଷେପ ରାଜ୍ୟ ସରକାରମାନଙ୍କୁ ସଂସ୍କାର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପ୍ରୋତ୍ସାହିତ କରିଛି ଏବଂ ଅନେକ ରାଜ୍ୟ ଆଗକୁ ଆସି କାର୍ୟ୍ୟକାରୀ କରାଯାଇଥିବା ସଂସ୍କାର ଓ ବିଭିନ୍ନ ମାନଦଣ୍ଡର ସଫଳତା ବିବରଣୀ ବିଦ୍ୟୁତ ମନ୍ତ୍ରଣାଳୟକୁ ପ୍ରଦାନ କରିଛନ୍ତି।
ବିଦ୍ୟୁତ ମନ୍ତ୍ରଣାଳୟର ସୁପାରିସ ଆଧାରରେ ଅର୍ଥ ମନ୍ତ୍ରଣାଳୟ ୧୨ଟି ରାଜ୍ୟକୁ ୨୦୨୧-୨୨ ଏବଂ ୨୦୨୨-୨୩ରେ କାର୍ୟ୍ୟକାରୀ କରାଯାଇଥିବା ସଂସ୍କାରକୁ ଅନୁମତି ଦେଇଛି । ବିଗତ ଦୁଇଟି ଆର୍ଥିକ ବର୍ଷରେ ଏସବୁ ରାଜ୍ୟମାନଙ୍କୁ ଅତିରିକ୍ତ ଋଣ ଅନୁମତି ମାଧ୍ୟମରେ ୬୬,୪୧୩ କୋଟି ଟଙ୍କାର ଆର୍ଥିକ ସମ୍ବଳ ସଂଗ୍ରହ କରିବା ଲାଗି ଅନୁମତି ଦିଆଯାଇଛି । ଓଡ଼ିଶାକୁ ୨୭୨୫ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ମଞ୍ଜୁର କରାଯାଇଛି ।

Leave A Reply

Your email address will not be published.

4 × four =