pakka

ପ୍ରିୟଙ୍କା ଗାନ୍ଧୀ ଟାୟାର୍‌ ଟ୍ୟୁବ୍‌ ମରାମତି ଦୋକାନରେ ପହଞ୍ଚିଗଲେ : କଂଗ୍ରେସର ପ୍ରତ୍ୟେକ ଘୋଷଣା ପଢ଼ି ଶୁଣାଇଲେ

bbehera

ଲକ୍ଷ୍ନୌ : ୟୁପି ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଅଭିଯାନ ସମୟରେ ଗୁରୁବାର ଦିନ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । କଂଗ୍ରେସର ସାଧାରଣ ସମ୍ପାଦକ ତଥା ୟୁପି ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ ଏହି ଅଭିଯାନ ସମୟରେ ଏକ ଟାୟାର୍‌ ଟ୍ୟୁବ୍‌ ମରାମତି ଦୋକାନରେ ପହଞ୍ଚି ସେଠାରେ ବସି ଦୋକାନୀଙ୍କ ନିକଟରେ କଂଗ୍ରେସ ମନିଫେଷ୍ଟୋ ପଢ଼ି ଶୁଣାଇବା ଆରମ୍ଭ କରିଥିଲେ । ଏହି ସମୟରେ ଦୋକାନୀ ମଧ୍ୟ ଏହାକୁ ଗମ୍ଭୀରତାର ସହ ଶୁଣୁଥିବାର ଦେଖାଯାଇଥିଲା ।

ବାସ୍ତବରେ ଗୁରୁବାର ଦିନ ପ୍ରିୟଙ୍କା ଗାନ୍ଧୀ ରାମପୁର ଗସ୍ତରେ ଥିଲେ । ଏଠାରେ ସେ ନିଜ ପାର୍ଟିକୁ ପ୍ରୋତ୍ସାହିତ କରିବାକୁ ଆସିଥିଲେ । ଘରକୁ ଘର ଅଭିଯାନ ସମୟରେ କଂଗ୍ରେସର ସାଧାରଣ ସମ୍ପାଦକ ଜଣେ ଦୋକାନୀଙ୍କୁ ଭେଟିଥିଲେ ଯିଏ ଟାୟାର୍‌ ଟ୍ୟୁବ୍‌ ମରାମତି କରୁଥିଲେ । ପ୍ରିୟଙ୍କା ଏହି ଦୋକାନରେ ବସି ଦୋକାନୀଙ୍କୁ କଂଗ୍ରେସ ମନିଫେଷ୍ଟୋ ପଢ଼ି ଶୁଣାଇ ଥିଲେ ।

Leave A Reply

Your email address will not be published.

5 × 1 =